ଶନିବାର ରାଶିଫଳ (୨୫/୦୯/୨୦୨୧)

ମେଷ : ଧନବାନ୍ ହେବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ଲୋକପୂଜ୍ୟ ହେବେ। କ୍ରୋଧୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି।
ବୃଷ : ସାଧନାରେ ସିଦ୍ଧିଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସଂଗୀତପ୍ରିୟ ହେବେ। ଧର୍ମଧାରଣାରେ ବ୍ରତୀ ହେବେ। ସୁଶୀଳ ହୋଇପାରନ୍ତି। ଯଶସ୍ବୀ ହେବେ। ସାଧୁମାନଙ୍କର ହିତ ପାଇଁ ଅକୁଣ୍ଠିତ ଭାବେ ଧନ ବ୍ୟୟ କରିବେ।
ମିଥୁନ : ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନଯୁକ୍ତ ହେବାର ସୂଚନା ମିଳୁଛି। କୀର୍ତ୍ତିମାନ୍ ହେବେ। ଭୋଗବିଳାସ କରିପାରନ୍ତି। ଗୁଣବାନ୍ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ଅର୍ଥ ମିଳିପାରେ।
କର୍କଟ : ସର୍ବୋଚ୍ଚ ସ୍ଥାନର ଅଧିକାରୀ ହୋଇପାରନ୍ତି। ସନ୍ମାର୍ଗୀ ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ଅର୍ଜନ କରିବାରେ ପାରଙ୍ଗମ ହେବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ।
ସିଂହ : ଧନବାନ୍ ହେବେ। ମନ ପ୍ରସନ୍ନ ରହିବ। ପଶୁପାଳନ କରି ଧନ ଅର୍ଜନ କରିପାରନ୍ତି। ସ୍ବଧର୍ମ ଧ୍ୟାୟୀ ହେବେ। ତୀର୍ଥଯାତ୍ରୀଙ୍କ ସେବାଯତ୍ନ କରି ଆନନ୍ଦ ଲାଭ କରିବେ। ପ୍ରବଳ ଶିଳ୍ପ ଉଦ୍ୟୋଗୀ ହେବେ।
କନ୍ୟା : ପରଧନରେ ଧନୀ ହୋଇପାରନ୍ତି। ରସିକତାରୁ ବାଚାଳତା ଉପୁଜିପାରେ। ରଜତ ଧନଦ୍ବାରା ଧନଶାଳୀ ହୋଇପାରନ୍ତି। ମହିଳାମାନଙ୍କର ହିତାକାଂକ୍ଷୀ ହୋଇପାରନ୍ତି। ସୁଖୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
Related Posts
Comments are closed.