ଶୁକ୍ରବାର ରାଶିଫଳ (୨୫/୦୯/୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya Last updated Sep 25, 2020 Share ମେଷ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକ ସଂପର୍କ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କୀର୍ତ୍ତିମାନ୍ ଓ ଧୀଶକ୍ତି ସମ୍ପନ୍ନ ହେବେ। ବୃଷ: ଧର୍ମ କ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ଅହେତୁକ ବୃଦ୍ଧି ପାଇବ। ଭାଗୁଆଳି ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ହେବେ। ମିଥୁନ: ସୁଖ-ସମ୍ଭୋଗ କରିପାରନ୍ତି। ବହୁ ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିନଟି ଅତି ଆନନ୍ଦଦାୟକ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। କର୍କଟ: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରିବେ। ସିଂହ: ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅଧ୍ୟୟନରତ ହୋଇପାରନ୍ତି। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିତ୍ର ଲାଭର ସୂଚନା ମିଳୁଛି। କନ୍ୟା: ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ଯଥାର୍ଥ ମୂଲ୍ୟ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପାପ ଗ୍ରହ କେତୁ ଏକାଦଶ ଭାବ ଯୋଗୁଁ ଧନଭୋଗ, ଐଶ୍ୱର୍ଯ୍ୟପ୍ରାପ୍ତ ହେବେ। Related Posts ଟିକ୍ଟକ୍ ଅଭିନେତ୍ରୀଙ୍କ ମୃତ୍ୟୁ ମାମଲାରେ… Feb 28, 2021 କୃଷକଙ୍କ ଭଳି ଜାମ୍ମୁ-କାଶ୍ମୀରକୁ ରାଜ୍ୟ… Feb 28, 2021 ତୁଳା: ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ପ୍ରଶସ୍ତ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭବାନ୍ ହେବେ। ବିଛା: ଶ୍ରେଷ୍ଠ ସ୍ଥାନର ଅଧିକାରୀ ହେବେ। ତେଜୀୟାନ ହୋଇପାରନ୍ତି। ଧର୍ମ ପରାୟଣ ହେବେ। ଜନ ବଲ୍ଲଭ ଭାବେ ପରିଗଣିତ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ଧନୁ: ସୁଖୀ ହେବେ। ସମ୍ମାନିତ ହେବା ଆଶା କରାଯାଏ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ମହତ ହେବ। ମକର: ଆର୍ଥିକ କ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତି ଯୋଗୁଁ ବିବ୍ରତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁରଭାଷା କହି ପରକୁ ଆପଣାର କରିପାରନ୍ତି। ସହିଷ୍ଣୁ ଓ ଗୁଣଜ୍ଞ ହେବେ। କୁମ୍ଭ: ସୁସମ୍ବାଦ ପାଇ ଆଶ୍ୱସ୍ତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ମୀନ: ସବୁ ବାଧାବିଘ୍ନକୁ ଏଡ଼ାଇ ଯେଉଁ କାର୍ଯ୍ୟ କରିବେ ସେହି କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିବ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାର ସୂଚନା ମିଳୁଛି। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ। Share FacebookTwitterWhatsApp