ଗୁରୁବାର ରାଶିଫଳ (୨୫। ୬। ୨୦୨୦)

ମେଷ: ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସ୍ବାସ୍ଥ୍ୟବାନ୍‌ ହେବେ। କୃଷିକ୍ଷେତ୍ରକୁ ରକ୍ଷା କରିବାର ପ୍ରୟାସ ଜାରି ରଖିବେ। ବୁଦ୍ଧିମାନ୍‌ ହେବେ।

ବୃଷ: ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ବ୍ୟକ୍ତିଭାବେ ଜନସାଧାରଣଙ୍କର ଆଦରଣୀୟ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।

ମିଥୁନ: ଭାଗ୍ୟଶାଳୀ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସପତ୍ନୀକ ସୁଖଭୋଗ କରିବେ। ମିତ୍ର ସୁଖ ପାଇ ଖୁସି ହେବେ। ବ୍ୟବସାୟରୁ ଅଧିକ ଧନଲାଭର ସୁଯୋଗ ଅଛି।

କର୍କଟ: ଆୟ ବୃଦ୍ଧିର ସୂଚନା ମିଳୁଛି। ପରିବାର ଓ ଆତ୍ମୀୟସ୍ବଜନଙ୍କ କଲ୍ୟାଣ ଭାଜନ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଶରୀର ସୁସ୍ଥ ରହିବ।

ସିଂହ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଶୁଭକର୍ମରେ ଉତ୍ସାହିତ ହୋଇ ଅଧିକ ଅର୍ଥ ବ୍ୟୟ କରିବେ। କର୍ମଚଞ୍ଚଳ ରହିବେ। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ। ଜାତକର ରାଜଯୋଗ ଅଛି। ଉଚ୍ଚପଦ ମିଳିପାରେ।

କନ୍ୟା: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଅର୍ଥ ମିଳିବ।

ତୁଳା: କାର୍ଯ୍ୟରେ ସଫଳତା ହାସଲ କରିବେ। ମନ ପ୍ରସନ୍ନ ରହିବ। କୁଳର ଆଲୋକ ବର୍ତ୍ତିକା ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।

ବିଛା: କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ। ଆୟ ଆଶାନୁରୂପ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସମ୍ପତ୍ତିବାନ୍‌ ହେବେ। ପାରିବାରିକ ସୁଖ ମିଳିବ।

ଧନୁ: କର୍ମତତ୍ପରତା ପ୍ରକାଶ ପାଇବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶତ୍ରୁମାନେ କ୍ଷତି ସାଧନ କରିବାକୁ ଉଦ୍ୟମ ଚଳାଇ ପାରନ୍ତି। ସାମାନ୍ୟ ଶାରୀରିକ ଦୁର୍ବଳତା ଅନୁଭବ କରିବେ। ପୂର୍ବାହ୍ଣରେ ସତର୍କ ରହିବେ।

ମକର: ମନସ୍କାମନା ପୂର୍ଣ୍ଣ ହୋଇପାରେ। ସେବକ ମନୋଭାବ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। କାର୍ଯ୍ୟ ସଂପାଦନ ପାଇଁ ପତ୍ନୀଙ୍କ ପରାମର୍ଶ ନେବାକୁ ପଡ଼ିବ। ବନ୍ଧୁ ସହାୟତା ପାଇ ଖୁସି ହେବେ।

କୁମ୍ଭ: ଲକ୍ଷ୍ୟ ହାସଲ କରି ଆତ୍ମସନ୍ତୋଷ ଲାଭ କରିବେ। କେତେକ କ୍ଷେତ୍ରରେ ବ୍ୟୟ ଅଯଥା ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଚାକିରିରେ ପ୍ରଶଂସନୀୟ କାର୍ଯ୍ୟ କରିବେ।

ମୀନ: କାର୍ଯ୍ୟ ଧୀରେଧୀରେ କରାୟତ୍ତ ହେବ। ମିତ୍ରତା ସୁଦୃଢ଼ ହେବ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ହେବେ।

Comments are closed.