ଶୁକ୍ରବାର ରାଶିଫଳ (୨୪/୦୯/୨୦୨୧)

ମେଷ : ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲି-ମୋକଦ୍ଦମାରେ ଜିଣି ଧନଲାଭ କରିପାରନ୍ତି। ଧନସମ୍ପଦ ଭରପୂର ରହିବ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।
ବୃଷ : ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଈଶ୍ବର ବିଶ୍ବାସୀ, ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି।
ମିଥୁନ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସମ୍ମାନିତ ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ଅର୍ଥ ମିଳିପାରେ।
କର୍କଟ : କର୍ତ୍ତବ୍ୟନିଷ୍ଠ ହେବେ। କୁଳପ୍ରଦୀପ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ, ଶ୍ରଦ୍ଧା ରହିବ।
ସିଂହ : ସେବା ଧର୍ମକୁ ଆଦରିନେଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା : ଶୁଭସମ୍ବାଦ ପାଇ ଖୁସି ହୋଇପାରନ୍ତି। ପ୍ରତିଶୋଧ ପରାୟଣ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଆଜି ସତର୍କତାରେ ଚଳିବାକୁ ପଡ଼ିବ।
Related Posts
Comments are closed.