ଶନିବାର ରାଶିଫଳ (୨୪/୧୦/୨୦୨୦)

ମେଷ: ସମ୍ମାନାସ୍ପଦ ବ୍ୟକ୍ତିଭାବେ ସରକାରୀ ସ୍ତରରେ ପରିଗଣିତ ହେବେ। ବଂଶର ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। କୁସ୍ୱଭାବର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ।

ବୃଷ: ପାରିବାରିକ ଦ୍ୱନ୍ଦ୍ୱକୁ ସୁଧାରିବାକୁ ସକ୍ଷମ ହେବେ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ୱାନ୍‍ ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

ମିଥୁନ: କାର୍ଯ୍ୟ ମାନ୍ଦା ଗତିରେ ଚାଲିବ। ସୁଖ ମିଳିବା କଷ୍ଟସାଧ୍ୟ ହେବ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ। ଖର୍ଚ୍ଚାନ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କର୍କଟ: ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିବେ। ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆକୃଷ୍ଟ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

ସିଂହ: ଶତ୍ରୁ ବୃଦ୍ଧି ଘଟିବାର ଆଶଙ୍କା କରି ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ। ବହୁ ଶୁଭଫଳ ଅଛି। ଚାକିରିରେ ସୁନାମ ମିଳିବ।

କନ୍ୟା: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ସନ୍ତାନଲାଭ ହୋଇପାରେ। ବ୍ୟବସାୟରୁ ଅଧିକ ଲାଭ ମିଳିବ। ସମ୍ମାନ, ଧନ, ଯାନବାହନାଦି ସୁଖ ମିଳିପାରେ।

ତୁଳା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମକୁ ଶ୍ରେୟ ମଣି ପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷି କର୍ମକାରୀ ହେବେ। ଜ୍ଞାନୀ ହେବେ।

ବିଛା: ସୁଖ-ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ପୂଜା ପାଠ ଉପରେ ଅଧିକ ଧ୍ୟାନ ଦେବେ। ବନ୍ଧୁପ୍ରେମୀ ହେବେ।

ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ପାଇପାରନ୍ତି। ବ୍ୟବସାୟରୁ ଅଧିକ ଧନଲାଭ ହେବାର ସୂଚନା ମିଳୁଛି।

ମକର: କର୍ମଚଞ୍ଚଳ ରହିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଆୟ ଅଧିକତର ହୋଇପାରେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଉତ୍ତମ ଭୋଜନ ମିଳିବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।

କୁମ୍ଭ: ଜଟିଳ ସମସ୍ୟାର ସମାଧାନ କରିବାରେ ସିଦ୍ଧହସ୍ତ ହେବେ। କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିବେ। ଏକାନ୍ତ ପ୍ରିୟ ହୋଇପାରନ୍ତି। ଜିତେନ୍ଦ୍ରିୟ ଭାବେ ସମ୍ମାନାସ୍ପଦ ହୋଇପାରନ୍ତି।

ମୀନ: ଆୟ ଆଶାନୁରୂପ ହେବ। କର୍ମଚଞ୍ଚଳ ରହିବେ। ଯଶସ୍ୱୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ।

Comments are closed.