ମଙ୍ଗଳବାର ରାଶିଫଳ (୨୪/୦୫/୨୦୨୨)

ମେଷ :  ଆପଣଙ୍କ ପାଇଁ ଆଜି ରାଜ​ଯୋଗ ସୃଷ୍ଟି ହୋଇଛି। ବହୁ ବିଦ୍ୟାରେ ଜ୍ଞାନୀ ଓ ସାମାଜିକ ସ୍ତରରେ ଯଶ ଅର୍ଜନ କରିପାରନ୍ତି। ସୁସ୍ଥ ରହିବେ। ଲୋକପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ସମ୍ମାନିତ ହେବେ।

ବୃଷ : ଦୃଢ଼ ପୌରୁଷର ଅଧିକାରୀ ହେବେ। ପ୍ରଥିତ ପ୍ରତାପୀ ହୋଇପାରନ୍ତି। ଦ୍ବିଜାନୁରକ୍ତ ହେବେ। ବିନୟୀ ସ୍ବଭାବର ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସରକାରଙ୍କ କୃପାପାତ୍ର ହେବେ।

ମିଥୁନ : ଦାନ-ପୁଣ୍ୟକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହେବେ। ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜ୍ଞାନ, ଧନ ଅର୍ଜନରେ ବ୍ରତୀ ହୋଇପାରନ୍ତି।

କର୍କଟ : ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ବାସ୍ଥ୍ୟ ହାନିର ଆଶଙ୍କା ଅଛି। ଭ୍ରମଣ ବ୍ୟର୍ଥ ହୋଇପାରେ। କିଛିଟା ସୁଖ ମିଳିପାରେ। ପତ୍ନୀଙ୍କ ସହ ବାକ୍‌ବିତଣ୍ଡା ହେଲେ ‘ସାମାର୍ଜନି’ ଭୟ ଅଛି।

ସିଂହ : ଯେତେ ଚେଷ୍ଟା କଲେ ବି ବିବାହ ବିଳମ୍ବିତ ହେବ। ଦାମ୍ପତ୍ୟ ଜୀବନ କଷ୍ଟପ୍ରଦ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସେବା ମନୋଭାବର ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ।

କନ୍ୟା : ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ତୁଳା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ପୁତ୍ର ସୁଖ ମିଳି ନ ପାରେ। ଶାସ୍ତ୍ରାନୁମୋଦିତ କାର୍ଯ୍ୟ ନ କରିପାରନ୍ତି।

ବିଛା : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ।

ଧନୁ : ନିରୀହ ସ୍ବଭାବର ହୋଇପାରନ୍ତି। ପ୍ରମାଦହୀନ ହେବେ। ସାଧୁଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉତ୍‌ଫୁଲ୍ଲିତ ହେବେ। ଆତ୍ମବିଶ୍ବାସୀ ହେବେ। ସର୍ବତ୍ର ବିଜୟୀ ହେବେ।

ମକର :  ଭାଗ୍ୟର ପରିବର୍ତ୍ତନ ଘଟିବ। ବିକଶିତ ବ୍ୟକ୍ତିତ୍ବ ସମ୍ପନ୍ନ ହେବ। ମଧୁର ଭାଷୀ ଓ ସହନଶୀଳ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିଜ କାର୍ଯ୍ୟକଳାପରେ ବିବାଦଶୀଳ ହୋଇପାରନ୍ତି।

କୁମ୍ଭ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୁଯୋଗ ଅଛି। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ଖଳ ପ୍ରକୃତିର ଲୋକଙ୍କ ପ୍ରତି ସତର୍କ ରହିବେ।

ମୀନ : କର୍ମଚଞ୍ଚଳ ରହିବେ। ସାଧନା ପାଇଁ ନିରୋଳା ସ୍ଥାନକୁ ବାଛି ନେଇପାରନ୍ତି। ଭାଷା ବ୍ୟବହାର ଭଦ୍ରୋଚିତ ହେବ। ସାହସୀ ଓ ଜ୍ଞାନୀ ହେବେ। ପୁତ୍ର ଦ୍ବାରା ଅଯଥା ବ୍ୟୟ ହେବାର ସୂଚନା ମିଳୁଛି।

Comments are closed.