ଗୁରୁବାର ରାଶିଫଳ (୨୪/୦୬/୨୦୨୧)

ମେଷ : କଳହଠାରୁ ଦୂରେଇ ରହିବେ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ପ୍ରିୟଭାଷୀ ହେବେ। ଧନଯୁକ୍ତ ହୋଇପାରନ୍ତି। ଶାରୀରିକ ଶକ୍ତି ବୃଦ୍ଧି ହେବ। ମୂଲ୍ୟବାନ ବସ୍ତୁଠୁ ରତ୍ନାଦି ଲାଭ କରିପାରନ୍ତି।

ବୃଷ : ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରକୁ ଊଳମୟ କରି ଗଢ଼ି ତୋଳିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରୀତିଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆନନ୍ଦ ଉପଭୋଗ କରିବେ।

ମିଥୁନ : ବନ୍ଧୁ, ଭ୍ରାତୃ ଓ ପଡ଼ୋଶୀଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

କର୍କଟ : ସୁସମ୍ବାଦ ପାଇ ଖୁସି ହୋଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟାର୍ଥୀ ପଢ଼ାପଢ଼ିରେ ମନୋନିବେଶ କରିବେ। ସନ୍ତାନସନ୍ତତି ଲାଭ ହୋଇପାରେ।

ସିଂହ : ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶ୍ବସୀ ହେବେ। ଧନଶାଳୀ ହେବା ଆଶା କରାଯାଏ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବାର ସୁଯୋଗ ଅଛି। ପରୋପକାରୀ ହେବେ।

କନ୍ୟା : ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ ପାଇଁ ଆତ୍ମସନ୍ତୋଷ ମିଳିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ତୁଳା : ଲୋଭଗ୍ରସ୍ତ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। ବିବିଧ ପ୍ରକାରର ବ୍ୟଞ୍ଜନାନ୍ନ ପାନ କରିପାରନ୍ତି। ତୀର୍ଥ ଗମନର ସୁଯୋଗ ଅଛି। ମନ ପ୍ରସନ୍ନ ରହିବ। ଦୟାଳୁ ଓ ବିନୟୀ ସ୍ବଭାବର ହେବେ। ଧର୍ମ କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି।

ବିଛା :​‌ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧନାଗମର ସୂଚନା ମିଳୁଛି। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ନୂଆ ବନ୍ଧୁ ଜୁଟିବେ। ମନ ପ୍ରସନ୍ନ ରହିବ।

ଧନୁ : କେତେକ କ୍ଷେତ୍ରରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗନନେଇ ସ୍ଥାନତ୍ୟାଗ କରିପାରନ୍ତି। ଜନହିତକର କାର୍ଯ୍ୟ ଓ ଧନବ୍ୟୟ କରିବେ। ମଧୁର ବଚନରେ ଜନମନ ତୋଷ କରିବେ। ନୀତିନିଷ୍ଠ ହେବେ।

ମକର : ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।

କୁମ୍ଭ : ଆୟ ଊଣା ହେବ ନାହିଁ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ବିବାଦରେ ବିଜୟୀ ହେବେ।

ମୀନ : କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାତକୁ ଆସିବ; ତା’ର ସଦ୍‌ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ସାହସୀ ହେବେ। କୁଶଳୀ ଓ ବଞ୍ଚିତ କାର୍ଯ୍ୟ କରିପାରନ୍ତି।

Comments are closed.