ଶୁକ୍ରବାର ରାଶିଫଳ (୨୩/୦୯/୨୦୨୨)

ମେ​ଷ :​‌ ତେଜସ୍ବୀ ଓ ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପର୍ଯ୍ୟାପ୍ତ ଲାଭ ମିଳିବ।

ବୃଷ : ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବସମ୍ପନ୍ନ ହେବେ। ଯାନବାହନ ସୁଖ ମିଳିବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଚାଷ ଉପରେ ଧ୍ୟାନ ଦେବେ। ସୁସ୍ଥ ରହିବେ।

ମିଥୁନ : ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ମେଳାପୀ ପ୍ରକୃତିର ହୋଇପାରନ୍ତି। ଭାଷା ସ୍ନେହପୂର୍ଣ୍ଣ ହେବ। ସାନଭାଇମାନଙ୍କ ଭକ୍ତିଭାଜନ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

କର୍କଟ : ଭାଗ୍ୟାକାଶ ନିର୍ମଳ ଓ ଉଳମୟ ରହିଛି। ମଧୁରଭାଷୀ, ଶାନ୍ତିପ୍ରିୟ, ଦାନଶୀଳ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମଳିିବ।

ସିଂହ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ ଲାଭ କରିବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାର ନ୍ୟାୟିକ ବିଚାର ସପକ୍ଷରେ ଯିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

କନ୍ୟା : ଚଞ୍ଚଳ ସ୍ବାଭାବର ହେବେ। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। ଏକାନ୍ତରେ ସାଧନାରତ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ରାଜଯୋଗ ଅଛି। ଉଚ୍ଚ ପଦରେ ଆସୀନ ହେବେ।

ତୁଳା : ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତ ହେବେ। ବହୁ ବିଦ୍ୟାରେ ଜ୍ଞାନୀ ହେବେ।

ବିଛା : ବ୍ୟବସାୟ ଲାଭଜନକ ହେବ। ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହେବେ। ଦୀନଦରିଦ୍ରଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହେବେ। ସୁସ୍ଥ ରହିବେ। ଯଶ୍ବସୀ ହେବେ। ପାରିବାରିକ ସ୍ନେହଶ୍ରଦ୍ଧା ରହିବ।

ଧନୁ :  ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଳାସବ୍ୟସନରେ ସମୟ ଅତିବାହିତ କରିପାରନ୍ତି। ଧର୍ମାତ୍ମା, ପ୍ରବାସୀ, ବିଦ୍ବାନ୍‌, ସାହସୀ, କର୍ମନିଷ୍ଠ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର : ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହେବେ। ଜଳଯାତ୍ରାରେ ବିପଦ ଅଛି। ଶୁଭକାର୍ଯ୍ୟ ବର୍ଜନୀୟ। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବେ।

କୁମ୍ଭ : ସମ୍ବେଦନା ସହିତ ଯୋଡ଼ି ହେବାରେ ସେବାର ସାର୍ଥକତା ଉପଲବ୍ଧ ହେବ। ଧୈର୍ଯ୍ୟବାନ୍‌ ହେବେ। କ୍ରୋଧ ସମ୍ବରଣ କରି ପ୍ରକୃତିସ୍ଥ ହେବେ। ବ୍ୟବସାୟ ଲାଭଜନକ ହେବ। ବନ୍ଧୁମିଳନ ଘଟିପାରେ।

ମୀନ : ଭ୍ରାତୃଭାବ ଅତୁଟ ରହିବ। ଅଯଥା ଖର୍ଚ୍ଚାନ୍ତରୁ ଓହରି ଯାଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଋଣଦାତାଙ୍କୁ ସନ୍ତୁଷ୍ଟ କରି କିସ୍ତି ମଞ୍ଜୁର କରିପାରନ୍ତି। ଚାକିରିରେ ସ୍ବନାମଧନ୍ୟ ହେବେ।

Comments are closed.