ଶୁକ୍ରବାର ରାଶିଫଳ (୨୦/୦୫/୨୦୨୨)

ମେଷ : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଈପ୍‌ସିତ ଆର୍ଥିକ ସହାୟତା ମିଳିବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ବୃଷ : ସେବା ଓ ବିନୟ ଭାବରୁ ମିଳିଥିବା କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟରୁ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଆଧ୍ୟାତ୍ମବାଦୀ ହୋଇପାରନ୍ତି।

ମିଥୁନ : ସମସ୍ତ ବାଧାବିଘ୍ନକୁ ଏଡ଼ାଇ କୁସଙ୍ଗ ପରିତ୍ୟାଗପୂର୍ବକ ସତ୍‌ସଙ୍ଗୀ ହେବେ। ନିଜେ କଷ୍ଟ ସ୍ବୀକାର କରି ଅନ୍ୟକୁ ଆନନ୍ଦ ଦେବାରେ ବ୍ରତୀ ହୋଇପାରନ୍ତି। ଦିନ ନଅଟା ଷୋହଳ ମିନିଟ୍‌ ପରେ ସତର୍କରେ ଚଳିବେ।

କର୍କଟ : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିୟୋଜିତ ହେବେ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ଆନନ୍ଦଦାୟକ ହେବ। ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଅନୁଯାୟୀ କାର୍ଯ୍ୟ କରିବେ।

ସିଂହ : ଜ୍ଞାତି, ସ୍ବଜନ ଓ ବିଜ୍ଞ ବ୍ୟକ୍ତିଙ୍କ ସହାୟତା ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବ। ଏପରିକି ଋଣମୁକ୍ତ କରିପାରେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ।

କନ୍ୟା : କ୍ଲେଶରୁ ମୁକ୍ତ ହେବା ପାଇଁ ବିଦ୍ୟାଭ୍ୟାସୀ ହେବେ। ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତିଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି। ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ପତିପ୍ରାଣା ପତ୍ନୀଙ୍କ ସାନ୍ନିଧ୍ୟ ସୁଖଦାୟକ ହେବ। ଧନାଗମ ହେବ।

ତୁଳା : ଶ୍ରମ କଷ୍ଟସାଧ୍ୟ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛି ନେଇପାରନ୍ତି। କୃଷକମାନଙ୍କର ପରାମର୍ଶଦାତାଭାବେ ଜନକଲ୍ୟାଣ ଲାଭ କରିବେ।

ବିଛା : ସ୍ଥିତପ୍ରଜ୍ଞ ହୋଇପାରନ୍ତି। ମାନସମନ୍ଥନ କରି ନିଷ୍କର୍ଷରେ ପହଞ୍ଚିପାରନ୍ତି। ଈଶ୍ବରୀୟ ଚେତନା ଆପଣଙ୍କ ପ୍ରାଣ ଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ସୁସ୍ଥ ରହିବେ। ପ୍ରାୟ ପ୍ରତ୍ୟେକ ପଦପାତ କୁସୁମିତ ହେବ।

ଧନୁ : ଜଣେ ଚରିତ୍ରବାନ୍‌ ବ୍ୟକ୍ତିଭାବେ ସମାଜର ଦିବ୍ୟ ବାତାବରଣ ସୁଖ, ଶାନ୍ତି ଓ ସମୃଦ୍ଧିର ବାସ୍ତବ ଆଧାର ହେବ। ମନ ଭିତରେ ଧ୍ୟାନର ଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିବେ। ଅର୍ଥ ମିଳିବ।

ମକର : ବିଭିନ୍ନ ସ୍ତରରୁ ସୁସସମ୍ବାଦ, ଶୁଭେଚ୍ଛା ଆସି ଆପଣଙ୍କୁ ଉତ୍‌ଫୁଲ୍ଲିତ କରିପାରେ। ଆୟ ବୃଦ୍ଧିର ସ୍ନେହାଶିଷ ମିଳିବ। ଆହାର ସ୍ବାସ୍ଥ୍ୟପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ।

କୁମ୍ଭ : ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିବେ। ଅନବଦ୍ୟ ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। ବଂଶ ପରମ୍ପରାରେ ‘ଅଜନ୍ମା ଜ୍ଞାନୀ’ ହୋଇପାରନ୍ତି। ଅତିଥି ସତ୍କାରରେ ବ୍ୟୟ ବୃଦ୍ଧି ହୋଇପାରେ।

ମୀନ :  ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରଙ୍କ ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି। ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।

Comments are closed.