ମଙ୍ଗଳବାର ରାଶିଫଳ (୨୦/୦୪/୨୦୨୧)

ମେଷ : ଗୃହ ପରିବେଶ ବାସଉପଯୋଗୀ ହେବ। ଶ୍ରମ ସାର୍ଥକ ହେବ। କୃଷିକ୍ଷେତରୁ ଲାଭ ମିଳିବ। ଯାନବାହନ ସୁଖ ମିଳିପାରେ। ଅନୁଗତଙ୍କ ଧନ ହାତକୁ ଆଣିପାରନ୍ତି। ଉତ୍ତମ ଗୁଣ ଓ ନୀତିନିଷ୍ଠ ହେବେ। ବହୁ ବିଧ ଧନପ୍ରାପ୍ତ ହେବେ।
ବୃଷ : କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି। ଭଗବତ ପ୍ରେମୀ ହେବେ। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।
ମିଥୁନ : ଆଶାବାଦୀ ହେବେ। ଶ୍ରେଷ୍ଠ ଆସନରେ ଆସୀନ ହେବେ। ସନ୍ତାନ ସୁଖ ମିଳିପାରେ। ବହୁ ହିତାକାଂକ୍ଷୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସନ୍ମାର୍ଗୀ ହେବେ। ଦୃଢ଼ ବିକ୍ରମର ଅଧିକାରୀ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ।
କର୍କଟ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ : ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଦ୍ଧପୂତ ଭାଷା ବ୍ୟବହାର କରି ବିଜ୍ଞ ବ୍ୟକ୍ତିର ପରିଚାୟକ ହେବେ। କର୍ମଚଞ୍ଚଳ ରହିବେ।
କନ୍ୟା : ଆୟ ପରିମାଣ ବୃଦ୍ଧି ପାଇବ। ସୁ ସମ୍ବାଦ ଶୁଣି ଭାବବିହ୍ୱଳ ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ମିଳିବ।
Related Posts
Comments are closed.