ଶୁକ୍ରବାର ରାଶିଫଳ – ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି (୧୯/୦୮/୨୦୨୨)

ମେଷ :  ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଧିକାରୀ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ସ୍ନେହ, କରୁଣା ଓ ଭକ୍ତିଯୁକ୍ତ ହେବେ। ମଧୁରଭାଷୀ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ।

ବୃଷ :  ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଭିନ୍ନ ସୂତ୍ରରୁ ଧନଲାଭ ହେବ। ସନ୍ତାନ ସୁଖ ମିଳିବ।

ମିଥୁନ : କର୍ମଚଞ୍ଚଳ ରହିବେ। ସାଧନାରେ ସିଦ୍ଧିପ୍ରାପ୍ତ ପାଇଁ ଦେବାତ୍ମା ହିମାଳୟର ଆମନ୍ତ୍ରଣ ରକ୍ଷା କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଚିକିତ୍ସାଧୀନ ଥାଇ ଧନ ବ୍ୟୟ କରିବେ।

କର୍କଟ : ରୋଜଗାର ଆଶାନୁରୂପ ହେବ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। କରିତ୍‌କର୍ମା ହେବେ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ।

ସିଂହ : ଦଶ ମହାବିଦ୍ୟା ଅର୍ଜନ କରିବାର ପ୍ରୟାସୀ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ଦୃଢ଼ ହେବେ। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧା ବଢ଼ିବ।

କନ୍ୟା : ପରିବାର ରୂପ ସଂସ୍କାରଶୀଳତାକୁ ଉତ୍ତମ ରୂପେ ଦୃଷ୍ଟି ଦେବେ। ଆବଶ୍ୟକ ସ୍ବକର୍ମ ଭାଗ୍ୟ ନିୟନ୍ତା ହୋଇପାରେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ତୁଳା : ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହେବାକୁ ପଡ଼ିବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିବାଦର ମୁକାବିଲା କରିପାରନ୍ତି।

ବିଛା : ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଯୋଗଦାନ କରିବେ। ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ଧନୁ : ସୁସ୍ଥ ଓ ନିରାମୟ ରହିବେ। କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ମିତବ୍ୟୟୀ ହେବେ। ଶତ୍ରୁତାର ଅବସାନ ଘଟାଇ କର୍ମପଥରେ ଆଗୁସାର ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ମକର : ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।

କୁମ୍ଭ : ବିନ୍ଦୁ ବ୍ୟତିରେକ ସିନ୍ଧୁ ସମ୍ଭବ ନ ହୋଇଥିବାରୁ ତୃଣମୂଳ ସ୍ତରରୁ ଚେଷ୍ଟା ଫଳବତୀ ହେବ। ସର୍ବଦର୍ଶୀ ହୋଇପାରନ୍ତି। ଦୟାର୍ଦ୍ରଚିତ୍ତ ହେବେ। ଦଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି।

ମୀନ : ଈଶ୍ବର ବିଶ୍ବାସୀ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି। ସର୍ବସୁଖ ମିଳିପାରେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃପ୍ରେମରେ ଅନୁବନ୍ଧିତ ହୋଇପାରନ୍ତି। 

Comments are closed.