ଗୁରୁବାର ରାଶିଫଳ (୧୭/୦୩/୨୦୨୨)

ମେଷ :  ଅଚଳାଚଳ ସମ୍ପତ୍ତି ଲାଭର ସୂଚନା ମିଳିବ। ଶୁଦ୍ଧ ସ୍ବଭାବର ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବନ୍ଧୁବାଧକଙ୍କ ହିତାକାଂକ୍ଷୀ ହୋଇପାରନ୍ତି। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ।

ବୃଷ : ସମସ୍ତ ଦୁଃଖ ଦୂର ହୋଇପାରେ। କର୍ତ୍ତବ୍ୟାନ୍ବିତ ହୋଇପାରନ୍ତି। ସନ୍ମାର୍ଗୀ ଓ ଦୟାଳୁ ସ୍ବଭାବର ହେବେ। ଧନ-ଧାନ୍ୟଯୁକ୍ତ ହେବେ। ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି।

ମିଥୁନ : ଧୀର ବୃଦ୍ଧି ଓ ସ୍ଥିର ଚିତ୍ତଯୁକ୍ତ ହେବେ। କୃପାକର ହୋଇପାରନ୍ତି। ବେଦ-ବେଦାନ୍ତ ଶାସ୍ତ୍ର ଅଧ୍ୟୟନରତ ହୋଇପାରନ୍ତି। ସୁଶୀଳ ଚରିତ୍ରଯୁକ୍ତ ହେବେ। କୃଷି ଉପରେ ପ୍ରାଧାନ୍ୟ ଦେବେ।

କର୍କଟ : ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ରାଦି ହେତୁ ସୁଖ ଭୋଗ କରିବେ। ମାତୃବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ସର୍ବସୁଖ ମିଳିବ। ମାନସିକ ଅଶାନ୍ତି ଦୂର ହେବ।

ସିଂହ : ରୋଜଗାରରେ ଉନ୍ନତି ଘଟିବ। ଅର୍ଥ ପ୍ରାପ୍ତ ହେବେ। ବନ୍ଧୁଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ସୁଦୂରପ୍ରସାରୀ ହେବ।

କନ୍ୟା : ତପ ସାଧନା ପାଇଁ ଜନଗହଳିଠାରୁ ଦୂରେଇ ରହିପାରନ୍ତି। ପଡ଼ୋଶୀଙ୍କ ସହିତ ସଦ୍‌ଭାବସମ୍ପନ୍ନ ହେବେ। ଅଯଥା ବିତର୍କରୁ ଓହରିଯାଇ ପାରନ୍ତି। ବିପଦରୁ ଉଧୁରିବା ପାଇଁ ଧନ ବ୍ୟୟ କରିବେ।

ତୁଳା : ସମ୍ମାନର ଅଧିକାରୀ ହେବେ। ଯାନ-ବାହନ ସୁଖ ମିଳିପାରେ। ଭୋଗୀ ଓ ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ।

ବିଛା : ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମମାନର ହେବ। ପ୍ରତ୍ୟେକ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ନିର୍ଦୋଷ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ।

ଧନୁ : ବସ୍ତ୍ର-ଭୂଷଣ ଲାଭର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆତ୍ମସନ୍ତୋଷ ଲାଭ କରିବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିବେ।

ମକର : ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ରାଜପୂଜାର ଅଧିକାରୀ ହେବେ। ନୀତି, ନିୟମରେ କାର୍ଯ୍ୟ କରିବେ। ଧର୍ମାନ୍ତ୍ରିତ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।

କୁମ୍ଭ : ସୌଭାଗ୍ୟସମ୍ପନ୍ନ ହେବେ। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଅର୍ଜିତ ଧନ ଭୋଗ କରିବେ। ମନୋଜ୍ଞ ହୋଇପାରନ୍ତି। ଆଜି ଦିନର ସମସ୍ତ ଘଟଣା ସୁଖବୋଧ ହେବ।

ମୀନ : ହୃଦୟବାନ୍‌ ହେବେ। ସ୍ଥିର ସ୍ବଭାବର ହୋଇପାରନ୍ତି। ଚରିତ୍ରବାନ୍‌ ହେବେ। କଳହମୁକ୍ତ ବ୍ୟକ୍ତିଭାବେ ସମ୍ମାନିତ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ।

Comments are closed.