ମଙ୍ଗଳବାର ରାଶିଫଳ (୧୬/୧୧/୨୦୨୧)

ମେଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଲୋକଙ୍କ ସେବାରେ ଧନ ବ୍ୟୟ କରିପାରନ୍ତି।

ବୃଷ : ଆୟ ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ମିଥୁନ : କର୍ତ୍ତବ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଜୟୀ ହେବେ।

କର୍କଟ : କର୍ମକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତା ହାସଲ କରିବେ ଓ ତା’ର ସଦ୍‌ ବ୍ୟବହାର କରି ଜନପ୍ରିୟ ହେବେ। ବିବାଦୀୟ ଘଟଣାରେ ଜିତାପଟ ନେବେ।

ସିଂହ : ପେଟରେ ଯନ୍ତ୍ରଣା ଦେଖା ଦେଇପାରେ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦାତା, ଭୋକ୍ତା, ଗୁଣବାନ୍‌ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗଁୁ ସତର୍କ ରହିବେ।

କନ୍ୟା : ବନ୍ଧୁଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇ ଖୁସି ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଆନନ୍ଦ ଉପଭୋଗ କରିବେ।

ତୁଳା : ମନରେ ଦାମ୍ଭିକ ଭାବ ଉଦ୍ରେକ ହୋଇପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି।

ବିଛା : ଅନୁରୋଧ ରକ୍ଷାକରି ଅନ୍ୟକୁ ସାହାଯ୍ୟ କରିପାରନ୍ତି। ବକୟା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ଅନୁଦାନ ପାଇ ଖୁସି ହେବେ। ସୁସ୍ଥ ଓ ନିରାମୟ ରହିବେ।

ଧନୁ : ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବାସସ୍ଥାନ ପ୍ରଦୂଷଣମୁକ୍ତ ରହିବ। ଯାନ-ବାହନ ସୁଖ ମିଳିପାରେ। ରଜତ ଧନ ଦ୍ବାରା ଧନଶାଳୀ ହୋଇପାରନ୍ତି।

ମକର :  କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଦେବଦର୍ଶନରେ ଆତ୍ମସନ୍ତୋଷ ମିଳିବ। ଅଶାନ୍ତି ଦୂର ହେବ। ଲାଭ ମିଳିବ।

କୁମ୍ଭ : ଭାଗ୍ୟଶାଳୀ ହେବେ। ମତିମାନ୍‌ ହୋଇପାରନ୍ତି। ଧନଯୁକ୍ତ ହେବାର ସୂଚନା ମିଳୁଛି। ଚଞ୍ଚଳମନା ଓ ଅତିସୁଖୀ ହେବେ। ଭାଷା ପରମ କଲ୍ୟାଣୀୟ ହୋଇପାରେ। ପୁଣ୍ୟବାନ୍‌, ସୁବିମଳ ଓ ଯଶସ୍ବୀ ହେବେ।

ମୀନ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ନୂଆବନ୍ଧୁ ଜୁଟିବେ।

Comments are closed.