ରାଶିଫଳ: ସୋମବାର (୧୬-୫-୨୦୨୨)

ମେଷ: ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଆଶା ମରୁରୁ ମରୀଚିକା ପରି ଛଳନାମୟୀ ହୋଇପାରେ।

ବୃଷ: ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ସକଳ ଇଚ୍ଛା ପୂରଣ କରିବାରେ ପାରଙ୍ଗମ ହେବେ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ।

ମିଥୁନ: ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ନୀତିନିଷ୍ଠ ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ।

କର୍କଟ: ସରସ୍ବତୀ ମହାମାୟୀ ବର-ଦାୟିକା ଅଛନ୍ତି। ତର୍କ ବିଦ୍ୟାରେ ପାରଙ୍ଗମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥାଗମ ଅବ୍ୟାହତ ରହିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ପ୍ରାପ୍ତିର ସୂଚନା ମିଳୁଛି।

ସିଂହ: ଚାଷ ତଳେ ଆପଣଙ୍କ ବାସ ନିର୍ଭର କରୁଛି। ପରିଶ୍ରମର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ, ଲାଭପ୍ରଦ ଓ ଶକ୍ତିପ୍ରଦ ହେବ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଆପଣଙ୍କ ଧ୍ୟେୟ ହୋଇପାରେ।

ତୁଳା: ବ୍ରହ୍ମବାଦୀ ହୋଇ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି। ଧନଲକ୍ଷ୍ମୀଙ୍କ ଆଗମନ ଶାନ୍ତିପ୍ରଦ ହେବ। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ଆଶା ଫଳବତୀ ହେବ। ଚତୁର ହେବେ।

ବିଛା: ପ୍ରଥିତଯଶା ହେବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ଓ ବେସରକାରୀ ସଂସ୍ଥାରୁ ଧନ ମିଳିବ। ବନ୍ଧୁ ସହାୟତା ପାଇଁ ଲାଭବାନ୍‌ ହେବେ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। କରିତ୍‌କର୍ମା ହେବେ।

ଧନୁ: ଧୀ’ଶକ୍ତି ସମ୍ପନ୍ନ ହେବେ। ଏକାନ୍ତରେ ସାମୟିକଭାବେ ମୌନ ରହି ତପ ସାଧନାରେ ବ୍ରତୀ ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ବ୍ୟୟ କରିପାରନ୍ତି। ବିତର୍କରୁ ଓହରି ଯାଇପାରନ୍ତି।

ମକର: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ମିଳିପାରେ। ଶ୍ରଦ୍ଧା ଓ ବିଶ୍ବାସର ରଜୁରେ ଅନୁବନ୍ଧିତ ହୋଇପାରନ୍ତି।

କୁମ୍ଭ: ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ। କର୍ମଯୋଗୀ, ଜ୍ଞାନଯୋଗୀ, ଭକ୍ତିଯୋଗୀ ଓ ଧର୍ମାନୁରାଗୀ ହୋଇପାରନ୍ତି। କୁଳ ପ୍ରଦୀପ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସୁସ୍ଥ ଓ ନିରାମୟ ରହିବେ।

ମୀନ: ଭାଗ୍ୟଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

 

Comments are closed.