ରବିବାର ରାଶିଫଳ (୧୪।୦୬।୨୦୨୦)

ମେଷ: ଧର୍ମ ଚର୍ଚ୍ଚାରେ ନିଜକୁ ନିୟୋଜିତ କରିବେ। ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ଖର୍ଚ୍ଚାନ୍ତ ହୋଇ ବିରୋଧୀଙ୍କୁ ଆପଣାର କରିବେ।

ବୃଷ: ଦେବାଦେବୀ ଦର୍ଶନ ପାଇଁ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନାର୍ଜନରେ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ଆୟ ବୃଦ୍ଧି ପାଇବ।

ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

କର୍କଟ: ଦେବ ଦର୍ଶନ ଶୁଭଦାୟକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହୋଇ ପୁରସ୍କୃତ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି।

ସିଂହ: ଇଚ୍ଛା ପୂର୍ଣ୍ଣ ହେବ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟପୂଜା ପାଇଁ ତତ୍ପର ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ବାଭିମାନୀ ହବେ। ଅଷ୍ଟମ ଚନ୍ଦ୍ର ଜନିତ କ୍ଲେଶଦୂର ହେବ।

କନ୍ୟା: ଯାତ୍ରା ମାର୍ଗ କୁସୁମିତ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ର ଉଳମୟ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ସୁ-ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।

ତୁଳା: ସମୂହ କାର୍ଯ୍ୟରେ ସହଯୋଗୀ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ।

ବିଛା: ନୂତନ ବିଷୟ ବସ୍ତୁ ଉପରେ ଅଧ୍ୟୟନ କରି ତାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମନ ପ୍ରଫୁଲ୍ଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚାକିରିରେ ସ୍ଥିତି ସୁଦୃଢ଼ ରହିବ।

ଧନୁ: ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ। କେତେକ ଘଟଣାରେ ପରିବାର ସହ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିିବ। ଯାନବାହନ ସୁଖ ମିଳିବ। ପରିବାରର ଶ୍ରେଷ୍ଠ ହୋଇପାରନ୍ତି।

ମକର: ମାଙ୍ଗଳିକ ଉତ୍ସବରେ ଯୋଗଦେଇ ଖୁସି ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ହ୍ରାସ ପାଇବ। ସରକାରୀ ସ୍ତରରୁ ଲାଭ ମିଳିବ।

କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି। ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଧନାଗମର ସୂଚନା ମିଳୁଛି। ଅନିର୍ବଚନୀୟ ଶାନ୍ତି ମିଳିବ।

ମୀନ: ଈଶ୍ବରଙ୍କ ଶରଣାଗତ ହୋଇପାରନ୍ତି। ଭଲ ରୋଜଗାର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

Comments are closed.