ମଙ୍ଗଳବାର ରାଶିଫଳ (୧୪.୦୭.୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya Last updated Jul 13, 2020 Share ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ମହତ ହେବ। ବୃଷ: ପ୍ରତାରିତ ହେବାର ସୂଚନା ମିଳୁଛି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ଆଶା କରାଯାଏ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବେ। ମଧୁରଭାଷୀ ହେବେ। କର୍ମଚଞ୍ଚଳ ରହିବେ। ମିଥୁନ: କର୍ମକ୍ଷେତ୍ର ଓ ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍କଟ: କର୍ମତତ୍ପରତା ପ୍ରକାଶ ପାଇବ। ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସିଂହ: କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ଅଧିକ କ୍ଷମତା ହାସଲ କରି; ତା’ର ସଦ୍ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଅଜାତ ଶତ୍ରୁ ଓ ଧନବାନ୍ ହେବେ। ମହିଳା ସମାଜର ସାହାଯ୍ୟକାରୀ ହେବେ। କନ୍ୟା: କାର୍ଯ୍ୟରେ ସଫଳତା ଲାଭ କରିବେ। ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ମାନ୍ଦାଭାବ ଦେଖାଦେଇ ପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। Related Posts ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଧୋନୀ,… Mar 7, 2021 ମହିଳାଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ହୋଇପାରେ… Mar 7, 2021 ତୁଳା: ଅନେକ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ର ଉଳମୟ କରିବାରେ ପାରଙ୍ଗମ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଉତ୍ତମ ଭୋଜନ ମିଳିବ। ସ୍ନେହାଶିଷ ମିଳିପାରେ। ବିଛା: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଶାନ୍ତ ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ଧନୁ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଦାତା ହୋଇପାରନ୍ତି। ଗୁଣବାନ୍, ଧନୀ ଓ ମାନୀ ହେବେ। ମକର: ମିଥ୍ୟା ଓ ଅମୁଳକ ଅଭିଯୋଗ ଆପଣଙ୍କ ନାମରେ ଆସିପାରେ। ବାଦାନୁବାଦ ଉପୁଜି ପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଯେତେ ଅଧିକ ହେଉନା କାହିଁକି; ତା’ର ମୂଲ୍ୟ ମିଳିବ। ବିଶାଳ ଯଶର ଅଧିକାରୀ ହେବେ। କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ଶ୍ରମର ମୂଲ୍ୟାଙ୍କନ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭବାନ୍ ହେବେ। ନୀତିରୁ ବିଚୁ୍ୟତ ହେବେ ନାହିଁ। ମୀନ: ଆଳସ୍ୟ ପରାୟଣ ହୋଇପାରନ୍ତି; ମାତ୍ର ଧନାଗମ ହେବାରେ କୌଣସି ବାଧା ଉପୁଜିବ ନାହିଁ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ସମ୍ମାନିତ ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ। ସହିଷ୍ଣୁ ହେବେ। Share FacebookTwitterWhatsApp