MEllora 950×100

ଶନିବାର ରାଶିଫଳ (୧୩/୧୧/୨୦୨୧)

ମେଷ : ଆୟ ଆଶାନୁରୂପ ହେବ। କର୍ମଚଞ୍ଚଳ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସୁସ୍ଥ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।

ବୃଷ : ଭ୍ରମଣ ସୁଖ ମିଳିପାରେ। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ : ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖସମୃଦ୍ଧି ପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବାର ସୂଚନା ମିଳୁଛି।

କର୍କଟ :  ଧନ କ୍ଷୟ ହେବାର ସମ୍ଭାବନା ଅଛି । ଈର୍ଷା ପରାୟଣ ହୋଇପାରନ୍ତି । ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ । ଯାତ୍ରା ପଥରେ ବାଧା ଉପୁଜିପାରେ । ସତର୍କରେ ଚଳିବାକୁ ପଡ଼ିବ।

ସିଂହ : ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳ ହେବାର ସମ୍ଭାବନା ଅଛି।

କନ୍ୟା : କାର୍ଯ୍ୟ କ୍ଷେତ୍ରରେ ଶତ୍ରୁତା ଉପୁଜିପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ୍‌ ଓ ଶତ୍ରୁହନ୍ତା ହୋଇପାରନ୍ତି। କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ତୁଳା : ବିଚାର ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ବ୍ୟବସାୟାଦି ସୂତ୍ରରୁ ବହୁ ମାତ୍ରାରେ ଲାଭବାନ୍‌ ହେବେ।

ବିଛା : ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦଳ ପ୍ରତି ଆନୁଗତ୍ୟ ଓ ଆଦର ବୃଦ୍ଧି ପାଇବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ଧନୁ :  ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। କଥାବାର୍ତ୍ତା ଶ୍ରୁତି ମଧୁର ହେବ। ସାନଭାଇଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ମକର :  ଯଦିଓ ସୌଭାଗ୍ୟଶାଳୀ ହେବେ, ତଥାପି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟସାଧ୍ୟ ହେବ । ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି । ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସହାୟତା ମିଳିବ।

କୁମ୍ଭ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ବୃଦ୍ଧିର ସୂଚନା ମିଳୁଛି। ଐଶ୍ବର୍ଯ୍ୟପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବା ଆଶା କରାଯାଏ।

ମୀନ : କର୍ମଚଞ୍ଚଳ ରହିବେ। ଏକାନ୍ତରେ କିଛି ସମୟ ବିତାଇ ପାରନ୍ତି। ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହାସୀ ଓ ଜ୍ଞାନୀ ହେବେ। ଯାତ୍ରାରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ।

Comments are closed.