ମଙ୍ଗଳବାର ରାଶିଫଳ (୧୩/୦୭/୨୦୨୧)

ମେଷ : କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଭାଗ୍ୟଫଳ ସପକ୍ଷରେ ଯାଇପାରେ। ବିିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ଆଶା କରାଯାଏ।
ବୃଷ : ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଉପରେ ଗୁରୁତ୍ବ ଦେବେ। ଦଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହେବେ।
ମିଥୁନ : କାର୍ଯ୍ୟ କୁଶଳତା ପାଇଁ ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। କଥାବାର୍ତ୍ତାରେ ମଧୁରତା ରହିବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ।
କର୍କଟ : ଭାଗ୍ୟଶାଳୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ଲାଭକରିବେ।
ସିଂହ : ଆତ୍ମସନ୍ତୋଷ ମିଳିବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ଜ୍ଞାନଗରିମାଯୁକ୍ତ ବିଦ୍ବାନ ଓ ଶାସ୍ତ୍ରଜ୍ଞ ହେବେ।
କନ୍ୟା : କର୍ମଚଞ୍ଚଳ ରହିବେ। ଥଣ୍ଡା, କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିବେ। ଏକାନ୍ତରେ ସମୟ ବିତାଇବା ଉଦ୍ୟମରେ ସଫଳ ହେବେ। ମଧୁର କଥାରେ ପରକୁ ଆପଣାର କରିବାରେ ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ।
Related Posts
Comments are closed.