ଗୁରୁବାର ରାଶିଫଳ (୧୩/୦୧/୨୦୨୨)

ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ସୌଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କଠାରୁ ସହାୟତା ମିଳିବ। ବିଭିନ୍ନ ସ୍ତରରୁ ଧନାଗମ ହେବ।

ବୃଷ : ବାଧାବିଘ୍ନକୁ ଏଡ଼ାଇ ଭଲ ଆୟ କରିପାରନ୍ତି। ଐଶ୍ବର୍ଯ୍ୟପ୍ରାପ୍ତିର ସୁଯୋଗ ଅଛି। ମାଲି-ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ : ଧର୍ମୀୟ ଭାବନାକୁ ନେଇ ଧନ ବ୍ୟୟ କରିପାରନ୍ତି। ମଧୁର ଭାଷା ଓ ବ୍ୟବହାରରେ ପରକୁ ଆପଣାର କରିବେ। ସାହସୀ ଓ ଜ୍ଞାନୀ ହେବେ। ଯୁଦ୍ଧ, ଯାତ୍ରା ପାଇଁ ମାର୍ଗ ଉନ୍ମୁକ୍ତ ଅଛି।

କର୍କଟ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ସରକାରୀ ସ୍ତରରୁ ସମ୍ମାନ ଓ ଧନ ପ୍ରାପ୍ତ ହେବେ।

ସିଂହ : କୁଳ ଉଳକାରୀ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ପରିବାର ପ୍ରତି ସ୍ନେହ, ସଦ୍ଦିଚ୍ଛା ଭାବ ରହିବ।

କନ୍ୟା : ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା :​​‌ ପ୍ରତିହିଂସା ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭପ୍ରାପ୍ତ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବିଛା : ବନ୍ଧୁ ସହଯୋଗ ପାଇ ଆନନ୍ଦ ଅନୁଭବ କରିବେ। ବ୍ୟବସାୟ ସମ୍ପ୍ରସାରିତ ଓ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ଧନୁ : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ସର୍ବ ଶକ୍ତିମାନ୍‌ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

ମକର : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ତେଜସ୍ବୀ ହେବେ।

କୁମ୍ଭ : ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭଲମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି।

ମୀନ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର ଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

Comments are closed.