ଶନିବାର ରାଶିଫଳ (୧୩/୦୨/୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By ସମାଜ ଡେସ୍କ Last updated Feb 13, 2021 Share ମେଷ: ଆୟ ପରିମାଣ ବୃଦ୍ଧି ପାଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଯାନବାହନ ସୁଖ ମିଳିବ। ବୃଷ: କର୍ମତତ୍ପର ରହିବେ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ମିଥୁନ: ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଶିଳ୍ପଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପର୍ଯ୍ୟଟନ ସୁଯୋଗ ମିଳିପାରେ। କର୍କଟ: ସୁଖ ମିଳିବା କଷ୍ଟସାଧ୍ୟ ହୋଇପାରେ। ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହେବେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ସିଂହ: ପ୍ରୀତି ଲାଭ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। କାର୍ଯ୍ୟ ଦକ୍ଷତା ପାଇଁ ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। କନ୍ୟା: ସାମୟିକ ଭାବେ ନିରୁତ୍ସାହିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହେବେ। ଦୀର୍ଘାୟୁ ହେବେ। Related Posts କଏଦୀକୁ ସ୍ୱତନ୍ତ୍ର ସୁବିଧା ଦେବାକୁ ନେଇ ଜେଲ… Feb 28, 2021 କୋଭିଡ ମୁକାବିଲା ନେଇ କେନ୍ଦ୍ରର କଡ଼ା… Feb 27, 2021 ତୁଳା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିର ଭାଗ୍ୟଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ଅାର୍ଥିକ ସ୍ରୋତର ଧାରା ଆସିବ। ବିଛା: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତରୁ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଧନୁ: ଶ୍ରମ ସାର୍ଥକ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିପାରେ। ମକର: ଆଳସ୍ୟ ପରାୟଣ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତି ପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। କୁମ୍ଭ: ଐଶ୍ବର୍ଯ୍ୟଯୁକ୍ତ ହେବେ। ଯୁଦ୍ଧକ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହୋଇପାରେ। ରୋଜଗାର ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ମୀନ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିବେ। କର୍ମଚଞ୍ଚଳ ରହିବେ। ଶତ୍ରୁ ବଳବାନ୍ ହେଲେ ବି କିଛି କ୍ଷତି କରିପାରିବେ ନାହିଁ। ଧାର୍ମିକ ପ୍ରକୃତିର ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ମଧୁରଭାଷୀ ହେବେ। Horoscope 13 02 21odia news Share FacebookTwitterWhatsApp