ସୋମବାର ରାଶିଫଳ (୧୧/୧୦/୨୦୨୧)

ମେଷ : ପରୋପକାରୀ ହେବେ। ମନରେ ଭୟ ସଞ୍ଚାର ହୋଇପାରେ। ନିୟମ, କାନୁନ୍‌ ଓ ଆଇନକୁ ସମ୍ମାନ ଦେବେ। ଜନବଲ୍ଲଭ ହେବେ। ପ୍ରବଳ ପ୍ରତାପୀ ହେବେ। ସବୁଠି ସତର୍କରେ ଚଳିବାକୁ ପଡ଼ିବ।

ବୃଷ : ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରୀତିଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଉପଭୋଗ କରିବେ। ଦାମ୍ପତ୍ୟ ସୁଖ ମିଳିବ।

ମିଥୁନ :  ବନ୍ଧୁଙ୍କଠାରୁ ସହାୟତା ମିଳିପାରେ। ଶତ୍ରୁକୁ ପରାଜିତ କରି ଆଶ୍ବସ୍ତ ହେବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

କର୍କଟ : ବୁଦ୍ଧି ପ୍ରୟୋଗ କରି ନିଧିପ୍ରାପ୍ତ ହୋଇପାରନ୍ତି। ଚିତ୍ତ ସନ୍ତୁଷ୍ଟ ହେବ। ବହୁ ସୁଖର ଅଧିକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଅଧ୍ୟୟନରତ ହେବେ।

ସିଂହ : ପରିଶ୍ରମ ଅଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ସପରିବାରେ ସୁଖ ଭୋଗ କରିବେ। କୁଳ ପ୍ରଧାନ ହୋଇପାରନ୍ତି। ବିନୟୀ ସ୍ବଭାବର ହୋଇପାରନ୍ତି। କୃଷି କ୍ଷେତକୁ ତ୍ବରାନ୍ବିତ କରିପାରନ୍ତି।

କନ୍ୟା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭକରି ସୁଖୀ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ସର୍ବତ୍ର ବିଜୟୀ ହୋଇପାରନ୍ତି।

ତୁଳା : କାର୍ଯ୍ୟରେ ସଫଳତା ଲାଭ କରିବେ। ସମସ୍ୟା ସମାଧାନ କରିବାରେ ପାରଙ୍ଗମ ହେବେ। ସ୍ବଅର୍ଜିତ ଧନ ଭୋଗ କରିବେ। ସ୍ଥାନାଧିପତି ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ସହିଷ୍ଣୁ ଓ କୀର୍ତ୍ତିମାନ୍‌ ହେବେ।

ବିଛା : ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ ଓ ଈଶ୍ବର ବିଶ୍ବାସୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବଡ଼ପଣିଆ ପ୍ରତିପାଦନ କରିବେ। ଆୟ ବୃଦ୍ଧି ହେବ। ଉତ୍ତମ ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ଧନୁ : ସାଧନାର ପ୍ରଥମ ସୋପାନ ସ୍ବରୂପ ଏକାନ୍ତରେ କିଛି ସମୟ ବିତାଇବାକୁ ଇଚ୍ଛା କରିବେ। ଅଯଥା ବିତର୍କରୁ ଓହରିଯାଇ ପାରନ୍ତି। ବିଷୟ ବାସନାଠାରୁ ଦୂରେଇ ରହିବେ। ବ୍ୟୟବୃଦ୍ଧି ହୋଇପାରେ।

ମକର : ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ବିଭିନ୍ନ ଦିଗରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ମିଳିପାରେ।

କୁମ୍ଭ : କର୍ମକ୍ଷେତ୍ରକୁ ଅଧିକ ଶକ୍ତିଶାଳୀ ଓ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଚେଷ୍ଟାରେ ସଫଳତା ମିଳିବ। ବିବାଦରେ ବିଜୟୀ ହେବେ।

ମୀନ : ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ଧନ୍ୟବାଦର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

Comments are closed.