ରାଶିଫଳ (ଗୁରୁବାର) ୧୧/୦୮/୨୦୨୨

ମେଷ: ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଗୁରୁକୃପା ଲାଭ କରିପାରନ୍ତି। ଆଶୀର୍ବାଦଯୁକ୍ତ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ।

ବୃଷ: ଧନବାନ୍‌ ହେବେ। ଗୋଦାନରେ ଆଗ୍ରହୀ ହେବେ। ଭୂଷଣ ପ୍ରିୟ ହୋଇପାରନ୍ତି। ବେଶ-ପରିପାଟୀରେ ଆଗ୍ରହୀ ହେବେ। ଅନ୍ନଦାନାଦି ଦେଇ ଧର୍ମ ଆଚରଣ କରିପାରନ୍ତି। ସୁଖ ମିଳିବ।

ମିଥୁନ: ସ୍ନେହୀ ବ୍ୟକ୍ତିଭାବେ ଲୋକଲୋଚନକୁ ଆସିପାରନ୍ତି। ଯାନବାହନ ସୁଖ ମିଳିବ। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରାଜପ୍ରାସାଦ ସୁଖ ମିଳିବ। ସତର୍କତା ସହ ଚଳିବାକୁ ପଡ଼ିବ।

କର୍କଟ: ମନୋହାରିଣୀ, ସୌଭାଗ୍ୟଯୁକ୍ତା କଳଙ୍କ ରହିତା ଓ ସଂଯତା ପତ୍ନୀଙ୍କ ଯୋଗୁଁ ଭାଗ୍ୟାକାଶ ନିର୍ମଳ ରହିବ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଆହାର ସ୍ବାସ୍ଥ୍ୟପ୍ରଦ ହେବ।

ସିଂହ: ପତ୍ନୀଙ୍କ ଉଦ୍ୟମରୁ ଧନ ଲାଭ ହୋଇପାରେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଋଣ ପରିଶୋଧ କରିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।

କନ୍ୟା: କନ୍ୟାମାନଙ୍କ ମଧ୍ୟରୁ କେହି ସ୍ବଜନହୀନା ହୋଇପାରନ୍ତି। କେତେକ ପତିପ୍ରିୟା ଓ କର୍ମକୁଶଳୀ ହେବେ। ଶାସ୍ତ୍ରାଦି ଗୁଣଭୂଷିତା ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ଯାନବାହନ ସୁଖ ମିଳିବ। କାର୍ଯ୍ୟ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ହେବେ। ଅନୁକୀର୍ତ୍ତନ ସୁଖଦାୟକ ହେବ। ସର୍ବଦା ହାସ୍ୟ ମୁଖରେ କାର୍ଯ୍ୟ ସମ୍ପାଦନ କରିବେ।

ବିଛା: ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବିଭିନ୍ନ ସ୍ତରରୁ ପ୍ରଶଂସା ମିଳିବ। ଆୟବୃଦ୍ଧିର ସୂଚନା ମିଳୁଛି। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଅସମ୍ଭବଙ୍କୁ ସମ୍ଭବ କରିବା ଆପଣଙ୍କ ଦ୍ବାରା ସହଜ ହେବ।

ଧନୁ: ସ୍ଥିର ସମ୍ପତ୍ତିରୁ ଧନପ୍ରାପ୍ତ ହୋଇପାରନ୍ତି। ପ୍ରାଣୀଧନ କାରବାର ଲାଭଦାୟକ ହେବ। ସେବା କାର୍ଯ୍ୟ ଯୋଗୁଁ ପ୍ରଶଂସା ମିଳିବ। ରସାୟନ ବିଷୟ ଓ ଧର୍ମକ୍ରିୟାର ବିଶେଷ ଉପକୃତ ହେବେ। କୀର୍ତ୍ତିମାନ୍‌ ହେବେ।

ମକର: ଗୁରୁଙ୍କ ସହିତ କପଟ ଆଚରଣ କରି ପରେ ମନସ୍ତାପ କରିପାରନ୍ତି। ତାଙ୍କର ପ୍ରତ୍ୟେକ କାର୍ଯ୍ୟର ବିରୋଧାଚରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଆୟ ଆଶାନୁରୂପ ହେବ। ଆହାର ସୁସ୍ବାଦୁ ହେବ।

କୁମ୍ଭ: ଦେବତା, ବ୍ରାହ୍ମଣ, ସିଦ୍ଧ, ତପସ୍ବୀ, ସାଧୁ ଓ ଶାସ୍ତ୍ରାଦି ଅଭ୍ୟାସରେ ଧନ ବ୍ୟୟ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିବେ। ସନ୍ମାର୍ଗୀ ହେବେ। ପରୋପକାରାୟ, ସ୍ବର୍ଗାୟ ଭାବଧାରାକୁ ଉଦ୍‌ଜୀବିତ କରିବେ।

ମୀନ: ବହୁ ପ୍ରକାର ଲାଭପ୍ରାପ୍ତ ହେବେ। ମିତ୍ରମାନଙ୍କଠାରୁ, ରାଜାଙ୍କଠାରୁ, ସମ୍ମାନରୁ ବିଚିତ୍ର ବାକ୍ୟାଦିରୁ ଧନ ପ୍ରାପ୍ତ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ।

 

Comments are closed.