ଶୁକ୍ରବାର ରାଶିଫଳ (୧୦/୦୯/୨୦୨୧)

ମେଷ :  ସୁଖକର ଘଟଣାମାନ ଘଟିପାରେ। ସ୍ବକର୍ମ ସୁଫଳଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ସୁଯୋଗ ଅଛି। ଆନନ୍ଦ ଉପଭୋଗ କରିବେ।

ବୃଷ : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ସୁସ୍ଥ ଓ ନିରାମୟ ରହିବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଋଣ ପରିଶୋଧ କରିବେ।

ମିଥୁନ : ଧାର୍ମିକ ଓ ତେଜସ୍ବୀ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହେବେ। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧି ଖଟାଇ ନିଧିପ୍ରାପ୍ତ ହେବେ।

କର୍କଟ : ଶ୍ରମ ସାର୍ଥକ ହେବ। ବହୁ ମିତ୍ର ଓ ଆତ୍ମଜଙ୍କ ସହ ସୁଖ ଅନୁଭବ କରିବେ। କୁଳ ପ୍ରଧାନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

ସିଂହ : ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ ପାଇଁ ବାଧାବିଘ୍ନ ନାହିଁ। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ। ଶତ୍ରୁ ଦମନ କରି ଆସ୍ବସ୍ତ ହେବେ।

କନ୍ୟା : ସ୍ବ-ଅର୍ଜିତ ଧନ ଭୋଗ କରିବେ। ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି। ଉତ୍ତମ ପରାମର୍ଶଦାତା ହେବେ। ବହୁ ମିତ୍ରଙ୍କ ସାହାଯ୍ୟ ସହଯୋଗ ପାଇ କୃତଜ୍ଞ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ତୁଳା : ବିଷୟାନୁରକ୍ତ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଧାର୍ମିକ ଭାବନାଯୁକ୍ତ ହେବେ। ଉଚ୍ଚ ଆସନରେ ଆସୀନ ହୋଇପାରନ୍ତି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ବିଛା : ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଜିତେନ୍ଦ୍ରୀୟ ହୋଇପାରନ୍ତି। ଶାସ୍ତ୍ରରେ ଅଧ୍ୟୟନରତ ହେବେ। ଉତ୍ତମ କଥାକାର କିମ୍ବା ସୁବକ୍ତା ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସୁଖଭୋଗ କରିବେ। ଜନ ସମର୍ଥନ ମିଳିବ।

ଧନୁ : ଜଣେ ବିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ସତ୍‌ପଥଗାମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ବକ୍ତା ଭାବେ ଜନ ସମର୍ଥନ ପାଇବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।

ମକର : ସୁବୁଦ୍ଧିସମ୍ପନ୍ନ ହେବେ। ନିଧିପ୍ରାପ୍ତିର ସୂଚନା ମିଳୁଛି । କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜସୁଖ ଭୋଗ କରିପାରନ୍ତି । ଉଚ୍ଚ ପଦବୀରେ ଆସୀନ ହୋଇପାରନ୍ତି । ସ୍ବମହିମା ପ୍ରକାଶିତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ମହାନ୍‌ ଅଭିିଷ୍ଟସିଦ୍ଧିର ସୂଚନା ମିଳୁଛି। ନିଜ ଲୋକଙ୍କ ପ୍ରତି ଦୟାର୍ଦ୍ଧଚିତ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କ୍ଷମତାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।

ମୀନ : ଅନ୍ୟକୁ ଅପବାଦ ଦେବାରୁ ବିରତ ହେଲେ ଜନାଦ୍ରୁତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ।

Comments are closed.