ଶନିବାର ରାଶିଫଳ (୧୦/୦୭/୨୦୨୧)

ମେଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ସ୍ବଚ୍ଛ ଓ ନିର୍ମଳ ରହିଛି। ଭଗବତ୍‌ ପ୍ରେମୀ ହେବେ। ଦେବଦର୍ଶନ କରି ସନ୍ତୁଷ୍ଟ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ବୃ​ଷ :​‌ ଶ୍ରମ ସାର୍ଥକ ହେବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ମନ ପ୍ରସନ୍ନ ରହିବ। ନିସ୍ବାର୍ଥପର ହୋଇପାରନ୍ତି। ସତ୍‌କର୍ମ କିଛି ଧନ ଆହରଣ କରିପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ।

ମିଥୁନ :  ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିପାରନ୍ତି।

କର୍କଟ : ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇବା ବୁଦ୍ଧିମାନର କାର୍ଯ୍ୟ ହେବ। ଧର୍ମୀୟ କାର୍ଯ୍ୟରେ ନିୟୋଜିତ ହେବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମଧୁର କଥା କହି ଘରକୁ ଆପଣାର କରିବେ।

ସିଂହ : ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ କାଳ ଆହରଣ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ।

କନ୍ୟା : ସୁସମ୍ବାଦ ପାଇ କର୍ମକ୍ଷେତ୍ରକୁ ଊଳମୟ କରିପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ପ୍ରତିଯୋଗିତାରେ ବିଜୟୀ ହେବେ।

ତୁଳା : କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍‌ ବ୍ୟବହାର କରିବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା : ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅର୍ଥାଭାବ ଥିଲେ ବି ଆବଶ୍ୟକ ମୁତାବକ କାମ କରିପାରନ୍ତି। ବାହାରେ କାହା ସହିତ ଝଗଡ଼ା ନ କରି ଚୁପ୍‌ ରହିବା ଭଲ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ଧନୁ : ଯେଉଁସବୁ ଶୁଭ ଘଟଣା ଘଟିବ, ସେଥିରେ ସୁଖ-ସନ୍ତୋଷ ମିଳିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଉତ୍ତମ ଭୋଜନ ପାଇ ଆନନ୍ଦ ଉପଭୋଗ କରିବେ।

ମକର : କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

କୁମ୍ଭ : କାର୍ଯ୍ୟକ୍ଷେତ୍ରରେ ମନୋବଳ ଦୃଢ଼ ରହିବ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ସୁସମ୍ବାଦ ଶୁଣି ଖୁସିହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସତ୍‌କର୍ମରେ ନିୟୋଜିତ ହେବେ।

ମୀନ : ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ସମ୍ମୁଖୀନ ହେବେ। କୃଷି କର୍ମରେ ଲାଗିପଡ଼ିବେ। ଯାନବାହନ ସୁଖ ମିଳିପାରେ। ପ୍ରଦୂଷଣମୁକ୍ତ ସହରରେ ରହିବେ।

Comments are closed.