ସମ୍ମାନ ନା ବିଜ୍ଞାପନ – ଟ୍ରକ ପଛରେ ‘ମୁଖ୍ୟମନ୍ତ୍ରୀ ନମ୍ବର -୧’ ଫଟୋକୁ ନେଇ ଚର୍ଚ୍ଚା

ପାଟଣା: ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୧୫ଟି ନୂଆ ୧୮ ଚକିଆ ହାଇଓ୍ବା ଟ୍ରକ ଯୋଡା ଖଣି ଅଞ୍ଚଳକୁ ଲୋଡିଙ୍ଗ୍ ପାଇଁ ଯାଉଥିବା ବେଳେ ଢେଙ୍କିକୋଟ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରେ ଅଟକି ଥିଲେ। ତେବେ ଚର୍ଚ୍ଚାର ବିଷୟ ଏହି ଯେ ଏହି ସବୁ ଟ୍ରକର ଡାଲା ପଛପଟେ ଓ ସାଇଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ‘ଓଡ଼ିଶା ନମ୍ବର ୧’ ଲେଖା ଥିବା ଦେଖାଯାଇଥିଲା। ଏତେ ଗୁଡ଼ିଏ ଟ୍ରକ ପଛରେ ଏଭଳି ଷ୍ଟିକର ଦେଖି ଏହା ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ନା ବିଜ୍ଞାପନ ଏଭଳି ଅନେକ ଚର୍ଚ୍ଚା ଦେଖଣାହାରୀଙ୍କ ନିକଟରୁ ଶୁଣିବାକୁ ମିଳିଥିଲା।

Comments are closed.