ଜେଲରେ ବାବା ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ

ନୂଆଦିଲ୍ଲୀ : ପଞ୍ଚକୁଳା ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଡେରା ମୁଖିଆ ଗୁରୁମୀତ ରାମ ରହିମଙ୍କୁ ତାଙ୍କ ତଥାକଥିତ ଝିଅ ହନିପ୍ରୀତ ସୁନାରିଆ ଜେଲ ଯାଇ ଦେଖା କରିଛନ୍ତି। ସେ ସୋମବାର ଦ୍ବିପ୍ରହର ୨ ରୁ ୩ଟା ସମୟରେ ବାବାଙ୍କୁ ଭେଟିଥିଲେ। ହନିପ୍ରୀତ ତିନି ଜଣ ଓକିଲଙ୍କ ସହ ଯାଇ ବାବା ରାମ ରହିମଙ୍କୁ ଦେଖାକରିଥିବା ଜଣାପଡିଛି। ହନିପ୍ରୀତଙ୍କ ସାଙ୍ଗରେ ଯାଇଥିବା ତିନି ଜଣ ଓକିଲ ହେଉଛନ୍ତି ସନ୍ଦିପ କାମରା, ରାଜେନ୍ଦ୍ର ସିଂହ ଏବଂ ହରିଶ ଛାବଡ଼ା।
ସୂଚନା ଯୋଗ୍ୟ, ହନିପ୍ରୀତ ନଭେମ୍ବର ୬ରେ ଜେଲରୁ ଜାମିନରେ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ସେ ସିରଶା ଡେରାରେ ରହୁଥିଲେ। ପରେ ଗୁରମୀତ ରାମ ରହିମଙ୍କୁ ଦେଖା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ନିୟମ ଅନୁସାରେ ହନିପ୍ରୀତ ବାବା ରାମ ରହିମଙ୍କୁ ଭେଟିବା ସମ୍ଭବ ନଥିଲା। କାରଣ ଗୁରୁମୀତଙ୍କୁ ଭେଟିବା ପାଇଁ ତାଙ୍କ ପରିବାରର ଯେଉଁ ୧୦ ଜଣ ସଦସ୍ୟଙ୍କ ନାମ ଜେଲ ରେଜିଷ୍ଟରରେ ଉଲ୍ଲେଖ ରହିଛି, ସେଥିରେ ହନିପ୍ରୀତଙ୍କ ନାମ ଉଲ୍ଲେଖ ନଥିଲା।
ତେବେ ଜେଲରେ ବାବା ରହିମଙ୍କୁ ଦେଖା କରିବା ପାଇଁ ହନିପ୍ରୀତ ଜେଲ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଯାହାକୁ ଜେଲ ପ୍ରଶାସନ ପକ୍ଷରୁ ସ୍ବୀକାର କରାଯାଇଥିଲା।

Comments are closed.