ବାସ୍ତୁଦୋଷ ଦୂର କରି ଅନେକ ସମସ୍ୟାର ସମାଧାନ କରେ ମହୁ

ମହୁର ଉପକାରୀତା ବିଷୟରେ ପ୍ରାୟତଃ ସମସ୍ତେ ଅବଗତ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବା ସହ ପୂଜା-ପାଠରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି ଯେ, ବାସ୍ତୁଶାସ୍ତ୍ରରେ ମଧ୍ୟ ମହୁର ବିଶେଷ ଭୂମିକା ରହିଛି। ବାସ୍ତୁ ଅନୁସାରେ ଘରେ ମହୁ ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଚାଲନ୍ତୁ ଜାଣିବା ସେ ବିଷୟରେ –

-ଶନିବାର ଦିନ ଶନିଙ୍କ ନିକଟରେ କଳା ବିରିରେ ଦହି ଓ ମହୁ ମିଶାଇ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି ବଜାୟ ରହିବା ସହିତ ସନ୍ତାନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
-ଯଦି ଆପଣଙ୍କର ଅଯଥାରେ ଧନ ଖର୍ଚ୍ଚ ହେଉଥାଏ ଓ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ ହୋଇପାରୁ ନାହିଁ, ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ମହୁ ରଖିବା ଉଚିତ।
-ଯଦି ଆପଣଙ୍କ ମନରେ ସର୍ବଦା ଖରାପ ଭାବନା ଆସୁଛି ଓ ମନ ଅଶାନ୍ତ ରହିବା ସହିତ ଘରେ କଳହ ଲାଗି ରହୁଛି, ତେବେ ଘରର ସମସ୍ତ ସଦସ୍ୟ କିଛି ପରିମାଣରେ ମହୁ ଖାଆନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।
-ମହୁରେ ଥିବା ସକରାତ୍ମକ ଶକ୍ତି ଘରର ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

Comments are closed.