MEllora 950×100

ଶରୀରର ସୁସ୍ଥତା ପାଇଁ ମହୁ

ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ କୁନି ପିଲାଙ୍କୁ ନିୟମିତ ଶୁଦ୍ଧ ମହୁ ସେବନ କରାଯାଇଥାଏ। ଯୁବ ଓ ବୟସ୍କ ପିଢ଼ି ମଧ୍ୟ ପ୍ରତ୍ୟହ ମହୁ ସେବନ କରିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ। ପ୍ରାଚୀନ ସମୟରୁ ଭାରତରେ ମହୁକୁ ପୂଜାର୍ଚ୍ଚନାରେ ବ୍ୟବହାର କରାଯିବା ସହ କେତୋଟି ବ୍ୟଞ୍ଜନରେ ମଧ୍ୟ ଏହା ଉପଯୋଗ କରାଯାଇଥାଏ। ସୁସ୍ଥ ଜୀବନଶୈଳୀ ନିମନ୍ତେ ମହୁର ଉପଯୋକିତା ରହିଥିବାର ବିଶେଷଜ୍ଞଙ୍କ ମତ। ଖିର ପିଉଥିଲେ, ମିଲ୍କ ସେକ୍, ଫଳରସରେ ଆପଣ ଚିନି ପରିବର୍ତ୍ତେ ମହୁର ବ୍ୟବହାର କରନ୍ତୁ। କାରଣ ଚିନିଠାରୁ ମହୁ ଖୁବ୍ କମ୍ କ୍ୟାଲୋରିଯୁକ୍ତ ହୋଇଥିବାବେଳେ ଆମ ଶରୀରକୁ ମଧ୍ୟ ଶକ୍ତି ଯୋଗାଇଥାଏ।
– ମହୁରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ସହ ବି-୧, ବି-୨, ବି-୫, ବି-୬ ଇତ୍ୟାଦି ଥିବାବେଳେ ତାହା ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
– ଆଣ୍ଟିଅକ୍ସିଡାଣ୍ଟର ସ୍ରୋତ ଭାବେ ଜଣାଯାଉଥିବା ମହୁ କର୍କଟ ଭଳି ରୋଗ ହେବାର ଆଶଙ୍କାକୁ ଯଥେଷ୍ଟ କମ୍ କରେ। ବିଶେଷଜ୍ଞଙ୍କ ମତରେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ମହୁ ପରିବର୍ତ୍ତେ ଶୁଦ୍ଧ ମହୁ ଯୋଗାଡ଼ କରି ସେବନ କରିବା ହିତକାରୀ।
– ଦୈନିକ ୧ ଚାମଚ ମହୁକୁ ନଖ ଉଷୁମ ପାଣିରେ ମିଶାଇ ପିଇଲେ ତାହା ଶରୀରର ମେଟାବୋଲିଜିମ୍ କ୍ଷମତା ବୃଦ୍ଧି କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।

Comments are closed.