ପାଦ ଫାଟୁଥିଲେ….

ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କର ଶୀତଦିନେ ପାଦ ଫାଟିଥାଏ। କିଛି ଲୋକଙ୍କର ତ ବର୍ଷକ ବାରମାସ ଏହି ସମସ୍ୟା ଦେଖା ଦେଇଥାଏ। ସାଧାରଣତଃ ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ହେଲେ ପାଚନ କ୍ରିୟାରେ ଅନିୟମିତତା ଏହାର ମୁଖ୍ୟ କାରଣ ହୋଇଥାଏ। ସବୁଜ ପନିପରିବା, ଶାଗ, କମଳା, ଅମୃତଭଣ୍ଡା, ଟମାଟୋ, କଦଳୀ ଆଦି ଖାଇଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ପାଦ ଫାଟି ନ ଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଆହୁରି ମଧ୍ୟ କିଛି ଉପାୟ ଆପଣାଇଲେ ପାଦ ଫାଟିବା ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ –

-ଫଟା ପାଦରୁ ମୁକ୍ତି ପାଇବା ପାଇଁ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ।

-ତେବେ ସକାଳୁ ଖାଲିପାଦରେ ଘାସରେ ଚାଲିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।

-ସେହିପରି ସୋରିଷ ତେଲ ଲଗାଇଲେ ମଧ୍ୟ ପାଦଫଟାରୁ ମୁକ୍ତି ମିଳେ।

-ଗ୍ଲିସେରିନ୍‌ ଏବଂ ଲିଷ୍ଟ୍ରେରିନ୍‌ ପାଦରେ ମାଲିସ କଲେ ସୁଫଳ ମିଳିଥାଏ।

-ଏହା ବ୍ୟତୀତ ପେସ୍ତାବାଦାମ ତେଲ, ମହୁ, ନଡ଼ିଆ ତେଲ ପାଦରେ ଲଗାଇଲେ ପାଦ ଫାଟି ନ ଥାଏ।

Comments are closed.