କାର୍ଯ୍ୟକର୍ତ୍ତା ବଦଳ କରିଥିବା ଏନ୍‍ଜିଓ ମାନଙ୍କ ବିରୋଧରେ ଅର୍ଥଦଣ୍ଡ ଲାଗୁ କରାଯିବ : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ବିନା ନିଜ କାର୍ଯ୍ୟକର୍ତ୍ତା ବଦଳ କରିଥିବା ଏନ୍‍ଜିଓ ମାନଙ୍କ ବିରୋଧରେ ଅର୍ଥଦଣ୍ଡ ଲାଗୁ କରାଯିବ ବେଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି । ମନ୍ତ୍ରଣାଳୟ କହିଛି, ବିଦେଶୀ ଅଂଶଧନ ଅଧିନିୟମ-ଏଫ୍‍ସିଆର୍‍ଏ ଦ୍ୱାରା ପଞ୍ଜିକୃତ ସଂସ୍ଥାଗୁଡ଼ିକ ପୂର୍ବ ଅନୁମତି ବିନା କାର୍ଯ୍ୟକର୍ତ୍ତା ବଦଳାଇବାକୁ ନିୟମ ବହିର୍ଭୁତ କାର୍ଯ୍ୟ ଭାବେ ବିବେଚନା କରାଯାଏ। ତେବେ କେତେକ ଏନ୍‍ଜିଓ ଏଭଳି ଅନୁମତି ବିନା କାର୍ଯ୍ୟକର୍ତ୍ତା ବଦଳ କରିଥିବା ଘଟଣା ମନ୍ତ୍ରଣାଳୟ ନଜରକୁ ଆସିଛି । କୌଣସି ଏନ୍‍ଜିଓ ନୂତନ କର୍ମକର୍ତ୍ତା ନିଯୁକ୍ତି କରିଥିଲେ କିମ୍ବା କର୍ମକର୍ତ୍ତାଙ୍କୁ ପଦରୁ ବହିଷ୍କାର କରିଥିଲେ, ସେ ସମ୍ପର୍କରେ ସମସ୍ତ ବିବରଣୀ ଏକ ମାସ ମଧ୍ୟରେ ଦାଖଲ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।

Comments are closed.