୫ ବର୍ଷରେ ହଟିବ ଆତଙ୍କବାଦ ଓ ନକ୍ସଲବାଦ – ଶାହା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଦେଶରୁ ଆତଙ୍କବାଦ ଏବଂ ଉତ୍ତର ପୂର୍ବାଞ୍ଚଳରେ ଦେଖାଦେଉଥିବା ନକ୍ସଲବାଦକୁ ଆସନ୍ତା ପାଞ୍ଚ ବର୍ଷରେ ସମୂଳେ ବିନାଶ କରିବା ଲାଗି ବଦ୍ଧପରିକର। ସୋମବାର ନୂଆଦିଲ୍ଲୀରେ ଇଣ୍ଟେଲିଜେନ୍ସ ବ୍ୟୁରୋ ସେଣ୍ଟେନାରୀ ଏଣ୍ଡାଓମେଣ୍ଟରେ ଅଭିଭାଷଣ ପ୍ରଦାନ କରି ଶାହା ଏହା କହିଛନ୍ତି। ସେ କହିଛନ୍ତି, ଆଇ.ବି. ଜାତୀୟ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ଦମନ କରିବା ଦିଗରେ ଆଇ.ବି.ର କାର୍ଯ୍ୟକୁଶଳତା ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ଜାତୀୟ ସୁରକ୍ଷାରେ ଆଇ.ବି. ଏକ ମୁଖ୍ୟ ଆୟୁଧ ବୋଲି ବର୍ଣ୍ଣାନା କରି ଶାହା କହିଛନ୍ତି, ଏହା ଆତଙ୍କବାଦ ଏବଂ ନକ୍ସଲବାଦକୁ ସମ୍ପୂର୍ଣ୍ଣ ଦମନ କରିବା ଦିଗରେ ସାହାଯ୍ୟ କରିବ।

Comments are closed.