ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ୍ : ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରେ କରୋନା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟୁଇଟ କରି ଶ୍ରୀ ଶାହା କହିଛନ୍ତି,
“କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ୍ ଆସିଛି । ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଆପଣମାନେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂପର୍କରେ ଆସିଛନ୍ତି, ଦୟାକରି ନିଜକୁ ଅଲଗା ରଖନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ।”
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की सलाह पर अस्पताल में भर्ती हो रहा हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Amit Shah (@AmitShah) August 2, 2020
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅପରାହ୍ନ ୪ ଟା ସମୟରେ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ସୁଶୀଲା କାଟାରିଆଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଚିକିତ୍ସା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଶାହା ୪୩୧୦ ରୁମରେ ଅଲଗା ଅଛନ୍ତି।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯଥାଶୀଘ୍ର ଆରୋଗ୍ୟ କାମନା କରଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି,“ ଅମିତଜୀ, ତୁମର ଦୃଢତା ଏବଂ ଇଚ୍ଛାଶକ୍ତି ପ୍ରତ୍ୟେକ ଚ୍ୟାଲେଞ୍ଜ ସାମ୍ନାରେ ଏକ ଉଦାହରଣ ପାଲଟିଛି। କରୋନା ଭାଇରସର ଏହି ବଡ ଚ୍ୟାଲେଞ୍ଜରେ ଆପଣ ନିଶ୍ଚିତ ଭାବରେ ଜିତିବେ, ମୁଁ ବିଶ୍ୱାସ କରେ। ତୁମେ ଯଥାଶୀଘ୍ର ସୁସ୍ଥ ହୁଅ, ଏହା ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା।”
अमितजी, हर चुनौती के सामने आपकी दृढ़ता और इच्छाशक्ति एक मिसाल रही है। कोरोना वायरस की इस बड़ी चुनौती पर भी आप निश्चित रूप से विजय प्राप्त करेंगे, ऐसा मेरा विश्वास है।
आप जल्द से जल्द स्वस्थ हों, यही मेरी ईश्वर से प्रार्थना है। https://t.co/z92S0ZrCVm
— Rajnath Singh (@rajnathsingh) August 2, 2020
ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା “ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ମାନ୍ୟବର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜୀଙ୍କର କରୋନା ସଂକ୍ରମିତ ହେବାର ଖବର ମିଳିଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି।”
माननीय गृहमंत्री श्री @AmitShah जी के कोरोना संक्रमित होने का समाचार प्राप्त हुआ। मैं ईश्वर से उनके शीघ्र स्वास्थ्य लाभ की प्रार्थना करता हूँ।
— Jagat Prakash Nadda (@JPNadda) August 2, 2020