କୋଟି କୋଟି ଓଡ଼ିଆ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶୁଭ ଦିନ : ଅମିତ ଶାହା

‘ସମାଜ’ ପୋର୍ଟାଲ ଡେସ୍କ : ଶ୍ରୀ​କ୍ଷେତ୍ର ପୁରୀରେ ଆସନ୍ତାକାଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା ଅନୁଷ୍ଠିତ ହେବ। ବଡ଼ଦାଣ୍ଡରେ ଗଡିବ ୩ ରଥ। ସୁପ୍ରିମକୋର୍ଟ ଏନେଇ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହାକୁ ନେଇ କୋଟି କୋଟି ଓଡ଼ିଆ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଖୁସୀ ଓ ଆନନ୍ଦିତ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।

ଟ୍ବିଟ କରି ଶ୍ରୀ ଶାହା କହିଛନ୍ତି ଯେ, ଆଜି ଆମ ସମସ୍ତଙ୍କ ପାଇଁ ଶୁଭ ଦିନ, ବିଶେଷ କରି ଓଡିଶାରେ ଆମର ଭାଇ ଓ ଭଉଣୀ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ବେଶ ଖୁସୀ। ସୁପ୍ରିମକୋର୍ଟଙ୍କ ଦ୍ୱାରା ରଥଯାତ୍ରା ଅନୁମୋଦନ ପାଇବା ପରେ ସମଗ୍ର ଦେଶରେ ଉତ୍ସାହ ଓ ଆନନ୍ଦର ପରିବେଶ ରହିଛି। ଏହା ମୋ ସହିତ ସମଗ୍ର ଦେଶରେ କୋଟି କୋଟି ଭକ୍ତଙ୍କ ପାଇଁ ଆନ୍ଦର କଥା। ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଭକ୍ତଙ୍କ ଭାବନାକୁ ଅନୁଭବ କରିପାରିଲେ ନାହିଁ, ବରଂ ସଙ୍ଗେ ସଙ୍ଗେ ଏହି ସମସ୍ୟାର ଏକ ସକାରାତ୍ମକ ସମାଧାନ ବାହାର କରିବା ପାଇଁ ପ୍ରୟାସ ଆରମ୍ଭ କଲେ, ଯାହାଦ୍ୱାରା ଆମର ମହାନ ପରମ୍ପରା ବଜାୟ ରହିଲା।

ଗତକାଲି ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପୁରୀର ଗଜପତି ମହାରାଜା ଏବଂ ପୁରୀର ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇଥିଲି। ପ୍ରଧାନମନ୍ତ୍ରୀଙ୍କୁ ଏହି ରଥଯାତ୍ରା ବିଷୟରେ ତାଙ୍କ ମତାମତ ସଂପର୍କରେ ଅବଗତ କରାଇଥିଲି। ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଲିସିଟର ଜେନେରାଲଙ୍କ ସହ ମଧ୍ୟ କଥା ହୋଇଥିଲି।

 

Comments are closed.