ବାଂଲାଦେଶ ଗସ୍ତରୁ ଓହରିଲେ ହୋଲଡର୍, ପୋଲାର୍ଡ

ଗାଏନା : ଆସନ୍ତା ଜାନୁଆରୀରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ବାଂଲାଦେଶ ଗସ୍ତରେ ଯାଇ ଦିନିକିଆ ଓ ଟେଷ୍ଟ ସିରିଜ୍ ଖେଳିବାର ଅଛି। ତେବେ ଏହି ଗସ୍ତରୁ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଦଳର ଅଧିନାୟକ ଜାସନ୍ ହୋଲଡର୍ ଓ ଦିନିକିଆ ଦଳର ଅଧିନାୟକ କୈରନ୍ ପୋଲାର୍ଡଙ୍କ ସହ ଡାରେନ୍ ବ୍ରାଭୋ, ସାମରା ବ୍ରୁକ୍ସ, ରୋଷ୍ଟନ୍ ଚେଜ୍, ସେଲଡନ୍ କଟ୍ରେଲ୍, ଏଭିନ୍ ଲୁଇସ୍, ସାଇ ହୋପ୍, ସିମରନ୍ ହେତମାୟାର, ନିକୋଲାସ୍ ପୁରନ୍ ବାଂଲାଦେଶ ଗସ୍ତରୁ ଓହରି ଯାଇଛନ୍ତି। ଆଲେନ୍ ଓ ଡୋରିଚ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଂଲାଦେଶ ଗସ୍ତରେ ଯିବେ ନାହିଁ ବୋଲି ପୂର୍ବରୁ କ୍ରିକେଟ୍ ବୋର୍ଡକୁ ଜଣାଇ ଦେଇଛନ୍ତି।