ହକି କିମ୍ବଦନ୍ତୀ ବଲ୍‌ବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ଼: ବିଖ୍ୟାତ ହକି କିମ୍ବଦନ୍ତୀ ତଥା ଅଲିମ୍ପିକ୍ସରେ ୩ ଥର ସ୍ବର୍ଣ୍ଣ ପଦକ ବିଜେତା ବଲ୍‌ବୀର ସିଂହଙ୍କ ପରଲୋକ ଘଟିଛି। ସୋମବାର ସକାଳ ପ୍ରାୟ ୬ଟା ୧୭ ମିନିଟରେ ମୋହାଲୀର ଫର୍ଟିସ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୬ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଗତ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଦିନଠାରୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ଏହି ସମୟ ମଧ୍ୟରେ ତାଙ୍କୁ ୩ ଥର ହୃଦ୍‌ଘାତ ହୋଇଥିଲା। କିନ୍ତୁ ଶେଷରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ସୋମବାର ସେ ଚିର ଦିନ ପାଇଁ ଆଖି ବୁଜି ଦେଇଥିଲେ। ବଲବୀର ଚଣ୍ଡୀଗଡ଼ର ସେକ୍ଟର ୩୬ରେ ନିଜ ଝିଅ ସୁଖବୀର କୌର ଏବଂ ନାତି କବୀରଙ୍କ ସହିତ ରହୁଥିଲେ। ତାଙ୍କର ୩  ପୁଅ କାନାଡ଼ାରେ ରୁହନ୍ତି।

Comments are closed.