ବଜ୍ରକାପ୍ତା ବେପାର: ପ୍ରଧାନ ଶିକ୍ଷକ ଗିରଫ

ବଜ୍ରକାପ୍ତା ଚୋରା ବେପାରରେ ସଂପୃକ୍ତି ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି ବନ ବିଭାଗ । ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବେହେରା ଚୌଦ୍ବାର ବ୍ଲକର କୟଳପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି ।  ଆଠଗଡ଼ ଡ଼ିଏଫଓଙ୍କ ସୂଚନା ଅନୁସାରେ ପୂର୍ବରୁ  ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା କିଛି ବ୍ୟକ୍ତିଙ୍କ ବୟାନ ଆଧାରରେ ଶ୍ୟାମସୁନ୍ଦରଙ୍କୁ  ଅଧିକାରୀମାନେ ଖୋଜୁଥିଲେ । ସେ ଢ଼େଙ୍କାନାଳରେ ତାଙ୍କ ଭଡ଼ା ଘରେ ଥିବା ସୂଚନା ପାଇ ଆଜି ବନ ବିଭାଗ କର୍ମଚାରୀମାନେ ତାଙ୍କୁ ଗିରଫ କରିଛନ୍ତି ।

Comments are closed.