ରାଜ୍ୟସ୍ତରୀୟ ଦୁଇଦିନିଆ ହାକାଥନ ଉଦଯାପିତ, ହାକାଥନକୁ ଉଚ୍ଚ ପ୍ରଶଂସା କଲେ ବିଶ୍ବବ୍ୟାଙ୍କ ଓ ଷ୍ଟାର୍ସର କେନ୍ଦ୍ରୀୟ ଟିମ

ଭୁବନେଶ୍ବର:  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଭୁବନେଶ୍ୱର ଆଇ ଆଇ ଆଇ ଟି ଠାରେ ଆୟୋଜିତ ଦୁଇଦିନିଆ ହାକାଥନ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଓସେପାର ଷ୍ଟାରସ କାର୍ୟ୍ୟକ୍ରମ ଅନ୍ତର୍ଗତ ଏହି ହାକାଥନ ପ୍ରଦର୍ଶନୀରେ ରାଜ୍ୟର ୩୦ ଟି ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ୯୭ ଟି ପ୍ରକଳ୍ପରେ ୧୫୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମ କରି ଆୟୋଜିତ ଏହି କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଛାତ୍ର ଛାତ୍ରୀମାନଙ୍କର ଚିନ୍ତନ ଶକ୍ତି ,ଡିଜିଟାଲ ଓ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ସମାଜର ବିଭିନ୍ନ କ୍ଷେତ୍ରରେ ଦୈନନ୍ଦିନ ଜୀବନରେ ସାମନା କରୁଥିବା ସମସ୍ୟା ଗୁଡ଼ିକର ସରଳ ସମାଧାନର ସୂତ୍ର ବାହାର କରିବା .
ଗତକାଲି ଅପରାହ୍ନରେ ବିଶ୍ବବ୍ୟାଙ୍କ ତଥା ଷ୍ଟାରସର ସାରା ଲାଇପ ଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧି ଦଳ ହାକାଥନର ସମସ୍ତ ପ୍ରକଳ୍ପ ଗୁଡ଼ିକ ବୁଲିଦେଖିବା ସଙ୍ଗେ ପିଲାମାନଙ୍କ ସହ ୩ଘଣ୍ଟା ୩୦ମିନିଟରୁ ଉର୍ଦ୍ଧ ସମୟ ଆଲୋଚନା କରିଥିଲେ . ପିଲାମାନଙ୍କର ପ୍ରଦର୍ଶନରେ ବିମୁଗ୍ଧ ହେବା ସହ କାର୍ୟ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ କର୍ଣାଟକ- ବେଙ୍ଗାଳୁରର ଗୁଗୁଲର ପରିଚାଳନା ମୁଖ୍ୟ ଅଶ୍ୱିନୀ ତନୱାର , ଆଇ.ବି.ଏମର ବୈଷୟିକ ମୁଖ୍ୟ ଦେବେଶ ଦାଶ ଓ ଡେଲର ବରିଷ୍ଠ ପରିଚାଳକ ପ୍ରଦୀପ ମିଶ୍ର ପ୍ରମୁଖ . ସେମାନେ ଦୁଇଦିନ ଧରି ପ୍ରକଳ୍ପ ଗୁଡ଼ିକ ଦେଖି ପିଲାମାନଙ୍କ ପ୍ରଦର୍ଶନରେ ବେଶ ଖୁସି ହେବା ସଂଗେ ସଂଗେ ଆଗାମୀ ଦିନରେ କିପରି ସେମାନଙ୍କର ପ୍ରକଳ୍ପକୁ ଆଗକୁନେଇପାରିବେ ଓ ଚିନ୍ତନ ଜାରି ରଖିବେ ସେଥିପାଇଁ କେତେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।
ଉଦଯାପନୀ ଉତ୍ସବରେ ମୋସ୍କୁଲ ର ଅଧ୍ୟକ୍ଷା ସୁଶ୍ମୀତା ବାଗଚି ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେବା ସଂଗେ ସଂଗେ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଆଜି ହାକାଥନରେ ଅଂଶ ଗ୍ରହଣକାରୀ ୧୦ ଜଣ ଛାତ୍ରଛାତ୍ରୀ ଜୟଦେବ ବିହାରସ୍ଥିତ ହୋଟେଲ ସ୍ୱସ୍ତିପ୍ରେମୀୟମ ରେ ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାର , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ଓ ଓସେପା ମିଳିତ ପ୍ରୟାସରେ ଅନୁଷ୍ଠିତ ୬ ଗୋଟି ରାଜ୍ୟର ଷ୍ଟାରସ ର ମଧ୍ୟକାଳୀନ ସମୀକ୍ଷା ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କୁ ପ୍ରକଳ୍ପ ପ୍ରଦର୍ଶନ ଓ ଅନୁଭୂତି ବାଣ୍ଟିଥିଲେ . ଛାତ୍ରଛାତ୍ରୀ ମାନଙ୍କର ଏହି ଉନ୍ନତ ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅସ୍ଵତି ଏସ ଓ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପିଲା ମାନଙ୍କୁ ଉତ୍ସାହିତ କରିଥିଲେ .

ରାଜ୍ୟସ୍ତରୀୟ ଏହି ହାକାଥନ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରାୟଗଡା ଜିଲ୍ଲାର ଓଏଭି ରାମନାଗୁଡ଼ା ର ଛାତ୍ରୀ ପାୟଲ ପ୍ରଧାନ ତାଙ୍କର ପ୍ରକଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟାହ୍ନ ଭୋଜନ ପରିଚାଳନା ନିମନ୍ତେ ପ୍ରସ୍ତୁତ – ସାଥୀ ଆପ ” ପାଇଁ ୫୦୦୦୦ ଟଙ୍କା , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବରଗଡ଼ ଜିଲ୍ଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅବିନାଶ ନାଗ , ମାନବ ସୁରକ୍ଷା ପାଇଁ ପ୍ରସ୍ତୁତ “ହ୍ୟୁପ୍ରୋ ଆପ ” ପାଇଁ ୩୦୦୦୦/- ଟଙ୍କା ଓ ତୃତୀୟ ସ୍ଥାନରେ ଥିବା ମୟୁରଭଞ୍ଜ ଜିଲ୍ଲାର ଓଏଭି ଉଦଳାର ଛାତ୍ରୀ ପ୍ରକୃତି ନନ୍ଦ ବୟସ୍କ ଲୋକଙ୍କ ପାଇଁ ପ୍ରସ୍ତୁତ “ସ୍ମାର୍ଟ ଷ୍ଟିକ ” ପାଇଁ ୧୦୦୦୦/- ଟଙ୍କା ତୃତୀୟ ପୁରସ୍କାର ପାଇଥିଲେ ।
ଏହା ଛଡ଼ା ପାଞ୍ଚଟି ପ୍ରକଳ୍ପକୁ ସାନ୍ତ୍ୱନା ମୂଳକ ପୁରସ୍କାର ରୂପେ ୫୦୦୦/- ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା .
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ରାମ ଆର ଆୟାର ଓ ଆଇ ଆଇ ଆଇଟି ର ନିର୍ଦ୍ଦେଶକ ମନୋଜ ପଟ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଓସେପାର ସହଯୋଗ ରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ ସଚିବ ଶୁଭଶ୍ରୀ ନନ୍ଦ ଓ ଅତିରିକ୍ତ ସଚିବ ଦୂର୍ଗା ପ୍ରସାଦ ମହାପାତ୍ର ସମେତ ବହୁ ଅତିଥି ଉପସ୍ଥିତ ଥିଲେ ।

Comments are closed.