ଓଏସଏସସି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌

ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ଗତକାଲି ହୋଇଥିବା ପ୍ରିଲିମିନାରୀ ପରୀକ୍ଷା ବାତିଲ୍‌

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌ ହୋଇଛି। ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଯୋଗୁଁ ଗତକାଲି ହୋଇଥିବା ପ୍ରିଲିମିନାରୀ ପରୀକ୍ଷାକୁ ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷାକୁ ବାତିଲ କରିଛନ୍ତି। ଏହି ପରୀକ୍ଷା ପୁଣିଥରେ କରାଯିବ ଏବଂ ଖୁବ୍‌ଶୀଘ୍ର ସାନି ପରୀକ୍ଷା ତାରିଖ ଘୋଷଣା ହେବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଓଏସଏସସି ଦ୍ବାରା ରବିବାର ହୋଇଥିବା ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ପ୍ରଶ୍ନପତ୍ର ଆସିଥିଲା। ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଦେଖା ଦେଇଥିଲା। ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ବୁଝିବାରେ ସମସ୍ୟା ହୋଇଥିଲା।

Comments are closed.