ହ୍ରାସ ପାଉଛି ଜଳସ୍ତର : ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଉଛି। ରବିବାର ସନ୍ଧ୍ୟାରେ ୪୩ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ରାତିରେ ୪୦ଟି ସ୍ଲୁଇସ  ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ରବିବାର ରାତି ୧୦ଟା ସୁଦ୍ଧା ୬୨୭.୭୯ ଫୁଟ ରହିଛି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୬୬ ହଜାର ୯୪୮ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି। ମୋଟ ୪୦ଟି  ସ୍ଲୁଇସ  ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପଟର ୨୫ଟି ଏବଂ ଡାହାଣ ପଟର ୧୫ଟି ଗୋଟ ଖୋଲାଯାଇଛି।

 

Comments are closed.