ଠିକା କର୍ମଚାରୀଙ୍କ ହାତରେ ବୁର୍ଲା ମୁଖ୍ୟବନ୍ଧ ରକ୍ଷଣାବେକ୍ଷଣ; ଘରୋଇ ସଂସ୍ଥାକୁ ୧.୯ କୋଟି ଟଙ୍କାର ଠିକା

ବୁର୍ଲା: ଅନିୟମିତତା ଅଭିଯୋଗ ବୁର୍ଲା ମୁଖ୍ୟବନ୍ଧ ବିଭାଗର ପିଛା ଛାଡ଼ୁନାହିଁ ।   ଠିକାଦାରଙ୍କୁ ପୋଷିବା ନୀତିରେ ମୁଖ୍ୟବନ୍ଧ କର୍ତୃପକ୍ଷ ସବୁବେଳେ ଆଗରେ ଥିବା ଅଭିଯୋଗ ହେଉଛି । ପୂର୍ବରୁ ମାତ୍ର ହାତଗଣତି ଯନ୍ତ୍ରୀ ଏବଂ ୧୨୦୦ରୁ ଊର୍ଦ୍ଧ୍ବ ଶ୍ରମିକ ହୀରାକୁଦ ବନ୍ଧର ରକ୍ଷଣବେକ୍ଷଣ ଦାୟିତ୍ବରେ  ଚାଲିଥିଲା। ମାତ୍ର ଏହି ସ୍ଥାୟୀ ଶ୍ରମିକଙ୍କ ନିଯୁକ୍ତି ବନ୍ଦ କରାଯାଇଛି ଏବଂ ଏମାନଙ୍କ ସଂଖ୍ୟା ଆସି ୧୫୦ରେ ପହଞ୍ଚିଛି ।  ସରକାରଙ୍କ  ତରଫରୁ ବିଗତ ୧୭୭୪ ମସିହାରୁ ମୁଖ୍ୟବନ୍ଧ ବିଭାଗରେ ଶ୍ରମିକ ନିଯୁକ୍ତିର ଆବଶ୍ୟକତା ରହିଛି କି ନାହିଁ ବା କେତେ ମାତ୍ରାରେ ଠିକା ଶ୍ରମିକ ମାନଙ୍କୁ ମୁଖ୍ୟବନ୍ଧ ବିଭାଗରେ ନିଯୁକ୍ତି ଦିଆଯାଇଛି ଏହା ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ବାରମ୍ବାର ଚିଠି ଆସୁଛି ମାତ୍ର ମୁଖ୍ୟବନ୍ଧ ବାବୁମାନଙ୍କ ଫାଇଲ ତଳେ ଏହା ଚାପି ହୋଇ ରହିଯାଉଛି। ସେପଟେ ଠିକା ଉପରେ ପୁଣି ଠିକା ଦିଆଯିବା କଥା କେବଳ ମୁଖ୍ୟବନ୍ଧ ବିଭାଗରେ ହେଉଥିବା ନେଇ ନାନା ଚର୍ଚ୍ଚା ଯୋର ଧରି ଏହା ପଛରେ କଣ କମହତ ଉଦ୍ୟୋଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। କାରଣ ହୀରାକୁଦ ବନ୍ଧର ଫାଟକ ରକ୍ଷଣବେକ୍ଷଣ ମୁଖ୍ୟବନ୍ଧ ବିଭାଗରେ ସ୍ଥାୟୀ ଶ୍ରମିକଙ୍କ ଅଭାବ ପରିପେକ୍ଷୀରେ ଘରୋଇ ଠିକାଦାରଙ୍କ ଦ୍ୱାରା ନିୟୋଜିତ ଠିକାଭିତ୍ତିକ କର୍ମଚାରୀଙ୍କ ମାଧ୍ୟମରେ ବିଗତ ଦଶନ୍ଧି ଦଶନ୍ଧି ଧରି କରା ଚାଲିଥିଲା। ଏହା ମଧ୍ୟରେ ଫାଟକର ସମସ୍ତ ରକ୍ଷଣବେକ୍ଷଣ କରାଚାଲିଥିଲା। ପୁଣି ଏହି ବନ୍ଧଫାଟକର ରକ୍ଷଣବେକ୍ଷଣ ପାଇଁ ଓଏସଆଇସି ନାମକ ଘରୋଇ ଠିକା କମ୍ପାନିକୁ ୧.୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଦିଆଯିବାକୁ ନାନା ପ୍ରଶ୍ନ ଉଙ୍କି ମାରୁଛି।

ଠିକାଦାରଙ୍କୁ ଦେବା ପାଇଁ ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ବିପୁଳ ରାଶି ଖର୍ଚ କରୁଛନ୍ତି, ହେଲେ  ଦଶନ୍ଧି ଦଶନ୍ଧି ଧରି ସେବା ଯୋଗାଉଥିବା ଠିକା ଶ୍ରମିକ ମାନଙ୍କୁ ନିୟମିତ କରିବାରେ ମୁଖ୍ୟବନ୍ଧ ନିକଟରେ କେମିତି ସମ୍ବଳ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।   ପୂର୍ବରୁ ବନ୍ଧବେଷ୍ଟନିରେ ନିମ୍ନମାନର ପଥର ପେଚିଙ୍ଗ କାମ ଅନିୟମିତତା କରାଯିବା ପ୍ରସଙ୍ଗକୁ ନେଇ ସମାଲୋଚନା ହେବା ପୁଣି ବନ୍ଧର ଫାଟ ସୃଷ୍ଟି ହେବା ତଥା ଏହାର ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ପ୍ରକ୍ରିୟା ଜାରି ରହିଛି। ଏହିଭଳି ଭାବରେ ମୁଖ୍ୟବନ୍ଧ ବ୍ୟବସ୍ତା ଗତି କରୁଛି ତେବେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିବା ସହିତ ଚୁକ୍ତିଭିତ୍ତିକ ଶ୍ରମିକ ମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଦାବି ହେଉଛି।

Comments are closed.