ହୀରାକୁଦର ଜଳସ୍ତର ୬୩୦ ଫୁଟ୍ : ୮ଟି ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି । ଏହା ହେଉଛି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା । ତେବେ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ୮ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଛି ।

ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଥିବା ବେଳେ ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨,୫୨,୦୦୭ କ୍ୟୁସେକ ଜଳ  ପ୍ରବେଶ କରୁଛି ଓ ସମପରିମାଣର ଜଳ ନିଷ୍କାସନ କରାଯାଉଛି। ବାମ ପଟର ୫ଟି ଓ ଡାହାଣ ପଟର ୩ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।

Comments are closed.