ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟବ୍ୟବସାୟକୁ ପ୍ରୋତ୍ସାହିତ କରାଯିବା ପାଇଁ ହେବ ପଞ୍ଜୁରୀ ମାଛଚାଷ

ସେପଟେ ବନ୍ଦ ହୋଇ ଗଲା ପୃଥିବୀର ପ୍ରଥମ ମଧୁର ଜଳ ପ୍ରକଳ୍ପର ବୁର୍ଲା ମତ୍ସ୍ୟ ଗବେଷଣା କେନ୍ଦ୍ର

ବୁର୍ଲା : ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବା ପରିପେକ୍ଷିରେ ପଞ୍ଜୁରୀ ମାଛଚାଷ କରାଯୁବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଏହି ସେବାକୁ ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ଗତ ଗୁରୁବାର ଉଦଘାଟିତ କରିଛନ୍ତି। ତେବେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛଚାଷ (କେଜ କଲଚର) ପାଇଁ ବିଭିନ୍ନ ଉଦ୍ୟୋଗୀଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବ୍ୟବସାୟିକ ଭାବରେ ଜଳଭଣ୍ଡାରର ୧ ପ୍ରତିଶତ ଜଳଭାଗରେ ମାଛଚାଷ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ତେବେ ପୁଣି ଏହା ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ତେବେ କାହିଁକି ବୁର୍ଲା ମତ୍ସ୍ୟ ଗବେଷଣା କେନ୍ଦ୍ରକୁ ସ୍ଥାନାନ୍ତରଣ ସମ୍ପୁର୍ଣ୍ଣ ବନ୍ଦ କରିଦିଆଗଲା ବୋଲି ପ୍ରଶ୍ନ ଉଠୁଛି। ସୁଚନା ଥାଉକି, ବୁର୍ଲା ନେଇ ମତ୍ସ୍ୟ ଗବେଷଣା କେନ୍ଦ୍ରକୁ ଓଡିଶାରୁ କେରଳର କୋଚିନକୁ ଉଠାଇ ଦେବା ପାଇଁ ଉଚ୍ଚ ନ୍ୟାୟାଳୟ ତରଫରୁ ଗତ ୨୦୧୨ ଜୁଲାଇ ମାସରେ ଆଦେଶନାମା ଆସିଯାଇଥିଲା। ଏହା ପରେ ପରେ ଏହି ଗବେଷଣା କେନ୍ଦ୍ରରୁ କର୍ମଚାରୀ ଅପସାରଣ କରାଯିବା ପରେ ଏହାର କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା।

ସୁଚନା ଥାଉକି, ଇଂ ବ୍ରଜେନ୍ଦ୍ର ମିଶ୍ର ଓ ଅଶୋକ ସାମଲଙ୍କ ଡବ୍ଲୁପିସି ମାମଲା ନମ୍ବର ୧୦୬୬୨/୨୦୦୭ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୬/୩/୨୦୧୨ରେ ଉଠାଇ ଦେଇଥିଲେ। ରାଜ୍ୟ ସରକାରଙ୍କ ଉଦାସୀନତା ଭାବ ଯୋଗୁଁ ଏହି ରହିତାଦେଶ ଉଠାଇବା ନିମିତ୍ତ ଦାୟୀ ବୋଲି ଅଭିଯୋଗ କରିଥିଲେ। ଏହା ପରେ ଗତ ୨୦୧୨ ଅଗଷ୍ଟ ମାସ ୮ ତାରିଖ ଦିନ ଏକ ନିର୍ଦ୍ଦେଶନାମା ହୋଇଥିଲା। ଚିଠି ସଂଖ୍ୟା ୪-୨୧/୧୯୯୫ ରେ ବୁର୍ଲା ମତ୍ସ୍ୟ ଗବେଷଣା କେନ୍ଦ୍ରକୁ ଉଠାଇ ନେବା ଏବଂ ଏହାକୁ ବନ୍ଦ କରିବା ଉପରେ ନିର୍ଦ୍ଦେଶନାମା ଗତ ୨୦୧୨ ଅଗଷ୍ଟ ମାସ ୧୫ ତାରିଖରେ ଆସିଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ଭାବରେ ତାଙ୍କର ପକ୍ଷ ରଖି ପାରିବା ହିଁ କେନ୍ଦ୍ର ସରକାରଙ୍କୁ ତାଙ୍କ ଚକ୍ରାନ୍ତରେ ସଫଳ କରିଥିବା ବିଭିନ୍ନ ସଚେତନ ବୁଦ୍ଧିଜିବୀ ମହଲରେ ସମାଲୋଚନାର ବିଷୟ ହୋଇଥିଲା। ହୀରାକୁଦ ନଦୀବନ୍ଧ ସହିତ ମଧୁର ଜଳ ପ୍ରକଳ୍ପ କେନ୍ଦ୍ର ପ୍ରାରମ୍ଭରୁ ଜଡ଼ିତ। ଏହି କେନ୍ଦ୍ର ସହିତ ସ୍ତାନିୟ ଅଞ୍ଚଳର ମତ୍ସ୍ୟଜିବୀ ମାନଙ୍କ ଭବିଷ୍ୟତ ନିର୍ଭରଶୀଳ ଥିଲେ ଏବଂ ସମ୍ପୁର୍ଣ୍ଣ ଭାବରେ ବିରାମ ଲାଗିଯାଇଥିଲା। ବିଭିନ୍ନ ସଙ୍ଗଠନ ତଥା ସଚେତନ ମହଲ ତରଫରୁ ଗବେଷଣା କେନ୍ଦ୍ର ଏଠାରୁ କୌଣସି ପ୍ରକାରେ ଉଠାଇ ନ ନେବା ପାଇଁ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୂଖ୍ୟ ବିଚାରପତି ବାରମ୍ବାର ରାଜ୍ୟ ସରକାରଙ୍କୁ ଗବେଷଣା କେନ୍ଦ୍ର ଓଡିଶାରେ ରହିବା ପାଇଁ ତାଙ୍କର ପକ୍ଷ କାହିଁକି ରଖୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି କାଗଜପତ୍ର ଉଚ୍ଚ ନ୍ୟାୟାଳୟରେ ଉପସ୍ଥାପିତ କରାଯାଇ ନ ଥିଲା। ୧୯୯୭ ମସିହା ଠାରୁ କେନ୍ଦ୍ର ଉଠାଇବା ସପକ୍ଷରେ ଥିବା ଚକ୍ରାନ୍ତକାରୀ ଶେଷରେ ସଫଳ ହୋଇଥିଲା। ୧୯୯୩ ମସିହା ଚତୁର୍ଥ କ୍ୟୁଆରଟି ରିପୋର୍ଟ ଅନୁଯାୟୀ ୧୯୯୭ ମସିହାରେ ଏହାକୁ ଉଠାଇ ନେବା ପାଇଁ ପ୍ରଥମେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଏହା ବିରୁଦ୍ଧରେ ଆଇନଜିବୀ ଲକ୍ଷ୍ମୀଧର ମହାନ୍ତି ଓ ସୁରେଶ ଚନ୍ଦ୍ର ଦାସ ୧୯୯୭ ମସିହାରେ ଉଚ୍ଚ ନ୍ୟାୟାଳୟରୁ ସ୍ଥଗିତାଦେଶ ଆଣିଥିଲେ। ୧୯୯୯ ମସିହାରେ ତତ୍କାଳୀନ କେନ୍ଦ୍ରୀୟ ମନ୍ତ୍ରୀ ଏହାକୁ ନ ଉଠା ନ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁନର୍ବାର ୨୦୦୩ରେ ଏହାକୁ ଉଠାଇ ନେବା ପାଇଁ ଚକ୍ରାନ୍ତ ହୋଇଥିଲା। ପୁନର୍ବାର ଶ୍ରୀ ମହାନ୍ତି ଓ ଦାସ କେସ ନମ୍ବର ରିଟ ପିଟିସନ୍‍ ୪୭୮୮/୨୦୦୩ରେ ପୁନର୍ବାର ଉଚ୍ଚ ନ୍ୟାୟାଳୟରୁ ସ୍ଥଗିତାଦେଶ ଆଣିଥିଲେ। ୨୦୦୭ରେ ପୁନର୍ବାର ସ୍ଥଗିତାଦେଶ ଉଠାଇ ଦିଆଯାଇଥିଲା। ଇତିମଧ୍ୟରେ ୬ ଫେବ୍ରୁଆରୀ ୨୦୦୬ରେ ପ୍ରକାଶିତ ଷଷ୍ଠ କ୍ୟୁଆରଟି ରିପୋର୍ଟ ଅନୁଯାୟୀ ବିଶେଷଜ୍ଞ ଦଳ ଏହାକୁ ଉଠାଇବା ପରିବର୍ତ୍ତେ ଏହାକୁ ଆଧୁନିକି କରଣ ପାଇଁ ସୁପାରିସ କରିଥିଲେ। ରିପୋର୍ଟ ଉପରେ ବୁର୍ଲାର ଇଂ ବ୍ରଜେନ୍ଦ୍ର ମିଶ୍ର ଓ ଅଶୋକ ସାମଲ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ସ୍ଥଗିତାଦେଶ ଆଣିଥିଲେ। ଯାହା ଗତ ୬/୩/୨୦୧୨ରେ ଉଚ୍ଚ ନ୍ୟାୟାଳୟ ଉଠାଇ ଦେଇଥିଲେ। ଫଳରେ ଏଠାରୁ ୧୯୬୩ ମସିହାରୁ ଥିବା ଭାରତର ଏକମାତ୍ର ମଧୁର ଜଳ କେନ୍ଦ୍ର ଯାହା ପୃଥିବୀର ସବୁଠାରୁ ପ୍ରଖ୍ୟାତ ହୀରାକୁଦ ନଦୀବନ୍ଧରେ ଥିବା ପ୍ରକଳ୍ପ ବନ୍ଦ ହୋଇଗଲା। ଦୈନିକ ସମାଜ ପତ୍ରରେ ୧୦/୭/୨୦୦୯ ପ୍ରକାଶ ପାଇଥିବା ସମ୍ବାଦ ଅନୁଯାୟୀ ତତ୍କାଳିନ କେନ୍ଦ୍ରୀୟ କୃଷିମନ୍ତ୍ରୀ ଶରତ ପାୱାର ୦୫/୦୭/୨୦୦୯ରେ ଭୂବନେଶ୍ୱରରେ ଅନୁଷ୍ଠିତ ଜାତୀୟ ଜଳଜିବୀ ସମ୍ମିଳନିରେ ଯୋଗଦେଇ କେନ୍ଦ୍ର ମତ୍ସ୍ୟ ଗବେଷଣା କେନ୍ଦ୍ର ବୁର୍ଲାରେ ରହିବ ଓ ବିକାଶ କରାଯିବ ବୋଲି ଘୋଷଣା କରିଥିଲେ।

ରାଜ୍ୟ ଏନସିପି ସାଧାରଣ ସମ୍ପାଦକ ସିର୍ଦ୍ଧାର୍ଥ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ଆଇସିଏଆରର ମହାନିର୍ଦ୍ଦେଶକ ଡଃ ମଙ୍ଗଳା ରାୟ, ଉପମହା ନିର୍ଦ୍ଦେଶକ ଡଃ ଆୟା ପାନ.ସିଆଇଏଫ୍‍ଟିର ନିର୍ଦ୍ଦେଶକା ଡ. ମିନା କୁମାରୀ ପ୍ରମୂଖ ଉପସ୍ଥିତ ରହିଥିଲେ। ପୁନରୁଦ୍ଧାର ପାଇଁ ଚେଷ୍ଟା ମଧ୍ୟ ହୋଇଥିଲା। ଫଳରେ କେନ୍ଦ୍ର ରହଣିର ଆଶା ସଞ୍ଚାର ହୋଇଥିଲା କିନ୍ତୁ ଗତ ୧୨/୧/୨୦୧୧ରେ ସ୍ଥଗିତାଦେଶ ଉଠାଇଦେବା ନିମନ୍ତେ ସିଆଇଏଫଟି ତରଫରୁ ସିନିୟର ପ୍ରଶାସନିକ ଅଧିକାରୀ ଏକ ଦରଖାସ୍ଥ ଉଚ୍ଚ ନ୍ୟାୟାଳୟରେ ଉପସ୍ଥାପନ କରିଥିଲେ। ଅଫିସର ଜଣକ ୨୯/୨/୨୦୧୨ରେ ପୁନର୍ବାର ହାଇକୋର୍ଟରେ ଦରଖାସ୍ଥ ଉପସ୍ଥାପନ କରିଥିଲେ। ଏହା ଉପରେ ଗତ ୨୦୧୨ ଅଗଷ୍ଟ ମାସ ୮ ତାରିଖରେ ଏହାକୁ ଉଠାଇ ନେବା ପାଇଁ ନିର୍ଦ୍ଦେଶନାମା ଗତ ୨୦୧୨ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଦିନ ଫେକ୍ସ ଜରିଆରେ ବିଭାଗକୁ ହସ୍ତଗତ ହୋଇଥିଲା। ପ୍ରକାଶ ଥାଉକି (ଆଇସିଏଆର) ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ଏଣ୍ଡ ରସର୍ଚ୍ଚ ସେଣ୍ଟର ତରଫରୁ ଆଠକୋଟି ଟଙ୍କାର ଯାଆଁଳା ମାଛ ହୀରାକୁଦ ବନ୍ଧରେ ଛଡ଼ାଯାଇଥିଲା। ନେଶନାଲ ଫିସ ବୋର୍ଡ଼ ଡେଭଲପମେଣ୍ଟ ଆଇସିଏଆରର ଅଧିନରେ ରହିଛି। ମାତ୍ର ଯେତେବେଳେ ଆଠକୋଟି ଟଙ୍କାର ମାଛ ଯାଆଁଳା ହୀରାକୁଦ ବନ୍ଧରେ ଛଡ଼ାଯାଇଥିଲା ସେହି ସମୟରେ ଏହି ମଧୁର ଜଳ ପ୍ରକଳ୍ପରେ ରହିଥିବା ମତ୍ସ୍ୟ ଗବେଷଣା କେନ୍ଦ୍ରକୁ ଉଠାଇ ନେବା ଚକ୍ରାନ୍ତ ହୋଇଥିଲା। ତେବେ ଏହି ମତ୍ସ୍ୟ ଗବେଷଣା କେନ୍ଦ୍ର ଅଧିନରେ ୱାନଆର କଲୋନିର ୮୦ ବନ୍ଧ ଧିରେ ଧିରେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଉଛି। ତେବେ ଏହି ୮୦ ବନ୍ଧକୁ ପୁନରୁଦ୍ଧାର କରାଯିବା ଏବଂ କିଛି ଯୁବକଙ୍କୁ ନିୟୋଜିତ କରାଯିବା ପାଇଁ ଆଇନଜିବୀ ଲକ୍ଷ୍ମୀଧର ମହନ୍ତି ଏବଂ ପ୍ରଭାସ ପୃଷେଠ୍‍ ଏକ କମିଟି ଗଠନ କରଯାଇ ଉଦ୍ୟମ ଚଳାଇଛନ୍ତି।

Comments
Loading...