ହୀରାକୁଦରେ ଖୋଲିଲା ୨୦ ଫାଟକ : ଜଳସ୍ତର ୬୨୨ ଫୁଟ ଡେଇଁଲା

ହୀରାକୁଦ : ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୨୦ଟି ଫାଟକ ​‌େଖାଲାଯାଇଥିବା ଜଣାପଡିଛି। ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ​‌ଏପରି କରାଯାଇଛି।
ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଧର ୧୮ଟି ଫାଟକ ଦେଇ ଜଳ ନିଷ୍କାସନ କରାଯାଉଥିଲା। ଏହି ସମୟରେ ଜଳସ୍ତର ୬୨୨.୦୮ ଫୁଟ ରହିଥିଲା। ତେବେ ବିଳମ୍ବିତ ରାତିରେ ଜଳସ୍ତର ୬୨୨.୫୮ ଫୁଟ ହୋଇଯିବାରୁ ଆଉ ୨ଟି ଫାଟକ ଖୋଲାଯାଇଛି। ଡ୍ୟାମର ବାମ ପାର୍ଶ୍ବରେ ୧୪ ଓ ଡାହାଣ ପାର୍ଶ୍ବରେ ୬ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫ ଲକ୍ଷ ୬୫ ହଜାର ୩୯୩ ଘନଫୁଟ (କ୍ୟୁସେକ) ଜଳପ୍ରବେଶ କରୁଥିବାବେଳେ ୨୦ଟି ଫାଟକ, ପାୱାର ଚ୍ୟା​‌େ​‌ନଲ ଓ କେନାଲ ଦେଇ ୨ ଲକ୍ଷ ୮୯ ହଜାର ୨୩୧ ଘନଫୁଟ ଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ ଯେ, ହୀରାକୁଦ ବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ।

Comments are closed.