ନିଆରା ଢଙ୍ଗରେ ମିଳିତ ଭାବେ ଦଶହରା ପାଳିଲେ ହିନ୍ଦୁ ଓ ମୁସଲମାନ

କେଶଦୁରାପାଳ : ଘଷିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡ଼ାଠାରେ ନିରାଡ଼ମ୍ବର ଭାବେ ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ପରମ୍ପରା ଅନୁଯାୟୀ ଦଶହରା ପର୍ବ ଗ୍ରାମରେ ପାଳନ କରିଛନ୍ତି।ଗାଁର ସର୍ଦାର ଗଡ଼ନାୟକ ଓ ପାଇକଙ୍କ ସମେତ ଗ୍ରାମବସୀଙ୍କ ଉପସ୍ଥିତିରେ ସ୍ତାନୀୟ ପୂଜକ ଅମରେଶ ମିଶ୍ରଙ୍କ ତତ୍ତ୍ବାବଧାନରେ ଗଡ଼ନାୟକ ଶ୍ରୀଯୁକ୍ତ ପ୍ରତାପ ଚକ୍ରଙ୍କ ସଂଯୋଜନାରେ ପୂଜା ବିଧି କରାଯାଇଥିଲା। ଗାଁ ଦାଣ୍ଡରେ ବାଡ଼ି ଓ ଖଣ୍ଡା ଖେଳ ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ଗ୍ରାମର ଦଶହରା ପଡିଆରେ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ପାଇକ ପୁଅ ଭାଗ ନେଇଥିବାବେଳେ ପୂର୍ବତନ ଯବାନ ପାଇକ ସିବେନ୍ଦ୍ର କୁମାର ଚକ୍ର ବିଜୟର ଟୀକା ପିନ୍ଧିବା ପରେ ତାଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇ ଘରେ ପହଞ୍ଚା ଯାଇଥିଲା। ସର୍ବଶ୍ରୀ ସର୍ଦାର ବିଚିତ୍ର କୁମାର ଚକ୍ର , ଏକ୍ସ ଆର୍ମି କାର୍ତ୍ତିକେଶ୍ୱର ଚକ୍ର, ଅଟଳେଶ୍ୱର ନାୟକ, ରବୀନ୍ଦ୍ର ବିଶ୍ୱାଳ, ଅଜୟ ନାୟକ, ନାରାୟଣ ଚକ୍ର ପ୍ରମୁଖଙ୍କ ସହ ବହୁ ଯୁବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments are closed.