ହିମାଂଶୁ ଲାଲ ଜେଲ ବିଭାଗର ଆଇଜି ନିଯୁକ୍ତ; ବିଜୟ ଶର୍ମା କଟକ ପ୍ରିଣ୍ଟିଂ ପ୍ରେସ ନିର୍ଦେଶକ

ରାଜ୍ୟ ସରକାର ଶୁକ୍ରବାର ଆଇପିଏସସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ହିମାଂଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ସହିତ ଜେଲ ବିଭାଗରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।  ସେହିପରି  ଗୃହ ବିଭାଗର ଓଏସଡ଼ି ଭାବରେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚ୍ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍‍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.