ଆଖି ବୁଜିଲା ମାଇ ଭାଲୁ କୁଲୁ; ନନ୍ଦନକାନନ ୧୫ ନମ୍ବର ଖୁଆଡ଼ ଖାଲି

ଢ଼େର ବର୍ଷ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦର୍ଶକଙ୍କ ମନୋରଞ୍ଜନ କରୁଥଥିବା ମାଇ ଭାଲୁ କୁଲୁ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଛି । ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ହୋଇଥିଲା । ହିମାଳୟାନ ପ୍ରଜାତିର ବିରଳ ମାଇଭାଲୁ କୁଲୁ ୧୯୯୫ ମସିହାରେ ନନ୍ଦନକାନନରେ ଜନ୍ମ ହୋଇଥିଲା । ସାନ ଥିବାବେଳେ ଡ଼ିଆଁକୁଦା କରି ଲୋକଙ୍କୁ ଆନନ୍ଦ ଦେଉଥିଲା । ବଡ଼ ହେବା ପରେ ତାକୁ ୧୫ ନମ୍ବର ଖୁଆଡ଼ରେ ରଖା ଯାଇଥିଲା ।

ପ୍ରାପ୍ତ ବୟସ୍କ ହେବା ପରେ ଶମ୍ଭୁ ସହ ହୋଇଥିଲା ତାହାର ପ୍ରେମ । ଅଣ୍ଡିରା ଭାଲୁ ଶମ୍ଭୁ ସହ କୁଲୁର ଆତ୍ମୀୟତା ବଢ଼ିଥିଲା । ଶମ୍ଭୁ ସହ ମିଳନ ପରେ ବିଭିନ୍ନ ସମୟରେ ଗର୍ଭବତୀ ହୋଇଥିଲା କୁଲୁ ଓ ୩ଟି ସନ୍ତାନକୁ ମଧ୍ୟ ଜନ୍ମ ଦେଇଥିଲା । ମାତ୍ର  ଗତ କିଛି ବର୍ଷ ହେଲା ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲା ଓ ଓୟୂୁଏଟି ପ୍ରାଣୀ ଚିକିତ୍ସକମାନେ ତାହାର ଚିକିତ୍ସା କରୁଥିଲେ ।

Comments are closed.