ହିଲୁଙ୍ଗ ସ୍ଥିତ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପରୁ ଥପାପାଲି ଗ୍ରାମକୁ ପାଇପ ଲାଇନ ସଂଯୋଗ କରିବା ଦାବୀରେ ଜିଲାପାଳଙ୍କ ପାଖରେ ଦାବୀ କଲେ ଗ୍ରାମବାସୀ

ବୌଦ୍ଧ : ବୌଦ୍ଧ ଜିଲା ଗୋଛାପଡା ପଞ୍ଚାୟତର ଥପାପାଲି ଗ୍ରାମରେ ପାଣି ସମସ୍ୟା ନେଇ ଗ୍ରାମବାସୀମାନେ ନାହିନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ପାଣି ପାଇଁ ବର୍ଷ ସାରା ହଇରାଣ ହେଉଥିବା ଅଭିଯୋଗ କରିବାସହ ଗ୍ରାମରେ ୩୦୦ରୁ ୪୦୦ ଫୁଟ ବୋରିଙ୍ଗ ଖୋଳିଲେ ମଧ୍ୟ ପାଣି ବାହରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମର ପଶ୍ଚିମ ଦିଗରେ ସାଲୁଙ୍ଖୀ କେନାଲ ପାଣି ବୋହି ଯାଉଥିବାବେଳେ କିନ୍ତୁ ଗ୍ରାମବାସୀମାନେ ପାଣି ପାଇଁ ବର୍ଷ ତମାମ ଡହଳ ବିକଳ ହେଉଛନ୍ତି । ସେହପରି ନିକଟରେ କେନାଲ ଥିଲେ ମଧ୍ୟ ଗ୍ରାମର ଜମିକୁ କେନାଲ ସଂଯୋଗ ନଥିôବାରୁ ଚାଷ ପାଇଁ ଗ୍ରାମବାସୀମାନେ କେବଳ ବର୍ଷା ପାଣି ଉପରେ ଭରସା କରିଥାଆନ୍ତି । ତେଣୁ ବର୍ଷା ଠିକ ଭାବେ ନହେଲେ ପ୍ରତିବର୍ଷ ଗ୍ରାମବାସୀମାନେ ମରୁଡିର ଶିକାର ହୋଇଥାନ୍ତି । ଗ୍ରାମରେ ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ବିଗତ ୧୦ ବର୍ଷ ତଳେ ୨ ଗୋଟି ପଏଣ୍ଟ ସ୍ଥାପନ କରାଯାଇଥିବାବେଳେ ପାଣି ଅଭାବରୁ ଏହା ସଫଳ ହୋଇନଥିବାବେଳେ ଉକ୍ତ ପ୍ରକଳ୍ପରେ ଲାଗିଥିବା ବିଦ୍ୟୁତ ସରଞ୍ଜାମ ସବୁ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ପୁନର୍ବାର ୨ ବର୍ଷ ତଳେ ଉଠାଜଳସେଚନ ବିଭାଗ ପକ୍ଷରୁ ୨ ଗୋଟି ପଏଣ୍ଟ କାମ ଆରମ୍ଭ ହୋଇଥିବାବେଳେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ବିଛା ଯାଉଥିବାରୁ ଠିକାଦାର ନିଜର ଅକ୍ଷମତା ପ୍ରକାଶ କରିବା ସହିତ କାମ ନକରି ଛାଡି ପଳାଇଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଓଡିଶା ସରକାରଙ୍କ ପାର୍ବତୀ ଗିରି ବୃହତ ମେଗା ଉଠାଜଳସେଚନ ପ୍ରକଳ୍ପ ବିଭାଗ ତରଫରୁ ହିଲୁଙ୍ଗଠାରେ କାମ ଆରମ୍ଭ ହୋଇ ବାଦିକଟା ଗ୍ରାମକୁ ପାଇପ ଲାଇନ ବିଛା ଯାଉଥିବାବେଳେ ବାଦିକଟା ଗ୍ରାମଠାରୁ ମାତ୍ର ୫୦୦ମିଟର ଦୂରତାରେଥିବା ଥପାପାଲି ଗ୍ରାମବାସୀମାନେ ଏହି ସୁବିଧାରୁ ବଞ୍ôଚତ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଏହାର ବିଚାର କରି ଥପାପାଲି ଗ୍ରାମକୁ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ହିଲୁଙ୍ଗରୁ ପାଇପ ଯୋଗେ ସଂଯୋଗ କରିବାକୁ ଗ୍ରାମବାସୀମାନେ ଗୁରୁବାର ଦିନ ବୌଦ୍ଧ ଜିଲାପାଳଙ୍କ ପାଖରେ ଦାବୀ କରିଥିôବା ଜଣାଯାଇଛି ।

Comments are closed.