ଦିନକରେ ସର୍ବାଧିକ ୫୬୧୧ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣରେ ଭାରତରେ ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ବୁଧବାର ଗୋଟିଏ ଦିନରେ ଦେଶରେ ୫୬୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହି ନୂଆ ସଂକ୍ରମଣ ସହ ଦେଶରେ କରୋନା ସଂକ୍ରମିତଙ୍କ ସହ ୧ଲକ୍ଷ ୬ହଜାର ୭୫୦ରେ ପହଞ୍ଚିଛି। ସେହିପରି ବୁଧବାର ଗୋଟିଏ ଦିନରେ ୧୪୦ ନୂଆ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩୩୦୩ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨,୨୯୮ ସୁସ୍ଥ ହୋଇଛନ୍ତି। ଦେଶରେ ସୁସ୍ଥତା ହାର ୩୯.୬୨ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ କରୋନା ମହାମାରୀ ଦ୍ବାରା ଦେଶର ୨୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରତି ୧ଲକ୍ଷ ଲୋକଙ୍କ ମଧ୍ୟରୁ ୭.୯ ଜଣ ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ର ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୭,୧୩୬ ହୋଇଥିବାବେଳେ ତାମିଲନାଡୁରେ ୧୨,୪୪୮, ଗୁଜରାଟରେ ୧୨,୧୪୦ ଓ ଦିଲ୍ଲୀରେ ୧୦,୫୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.