ଅତି ଭୀଷଣ ସାମୁଦ୍ରିକ ଝଡ ଫନି ପାଇଁ ଉଚ୍ଚ ନ୍ୟାୟାଳୟ(ହାଇକୋର୍ଟ) ୨ ଦିନ ବନ୍ଦ

କଟକ .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି ଶୁକ୍ରବାରରେ ଓଡ଼ିଶାର ପୁରୀ ଜିଲ୍ଲାର କୋଣାର୍କ ଚନ୍ଦ୍ରଭାଗା ନିକଟସ୍ଥ ତନ୍ଦାହାର ନିକଟରେ ସ୍ଥଳଭାଗକୁ ଅତିକ୍ରମ କରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ  ଉପକୂଳବର୍ତ୍ତୀ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଂଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଏହି କାରଣରୁ ନ୍ୟାୟାଳୟ ୨ ଦିନ ପାଇଁ ବନ୍ଦ କରିବାକୁ କଟକ ବାର ଆସୋସିଏନ୍‌ ଓ କ୍ରିମିନାଲ ବାର ଆସୋସିଏନ ଅନୁରୋଧ କରାଯାଇଥିଲା ।  ମେ ୨  ଓ ୩ ତାରିଖରେ ଉଚ୍ଚନ୍ୟାୟାଳୟ ବନ୍ଦ ରହୁଥିବା ଉଚ୍ଚନ୍ୟାୟାଳ(ହାଇକୋର୍ଟ) ରେଜିଷ୍ଟାର ବିଜ୍ଞପ୍ତି ଜାରି  କରିଛନ୍ତି । ଏହି ଦୁଇ ଦିନ ଉଚ୍ଚନ୍ୟାୟାଳୟ ବନ୍ଦ ରହିବ ।

Comments are closed.