ସୁନ୍ଦରଗଡ଼ରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ : ଆନ୍ଦୋଳନ ଜାରି ରହିବ

ସୁନ୍ଦରଗଡ଼ : ସ୍ଥାନୀୟ ପ୍ରଗତି ମଣ୍ଡପରେ ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସାଧାରଣ ବୈଠକ ଜିଲା ଓକିଲ ସଂଘ ସଭାପତି ଦୁଷ୍ମନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସହ ଜଡ଼ିତ ୯ଟି ଜିଲାର ଓକିଲ ସଂଘର କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇଥିଲେ । କେନ୍ଦ୍ରୀୟ କ୍ରିୟାନୁଷ୍ଠାନର ଆବାହକ ଅଶୋକ କୁମାର ଦାସ ଆଗାମୀ ଦିନରେ ଓକିଲଙ୍କ ଆନ୍ଦୋଳନକୁ ଜୋରଦାର କରାଯିବା ଉପରେ ସମସ୍ତଙ୍କ ମତାମତ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ପରେ ସମ୍ବଲପୁର ବାର ସଭାପତି ବିଜେତେନ୍ଦ୍ରୀୟ ପ୍ରଧାନ, ଝାରସୁଗୁଡ଼ା ଜିଲା ଓକିଲ ସଂଘ ପକ୍ଷରୁ ସନ୍ଦୀପ ଅଗସ୍ତି, କୁଚିଣ୍ଡା ସଂଘ ପକ୍ଷରୁ ପ୍ରମୋଦ ଛୁରିଆ, ରାଜଗାଙ୍ଗପୁର ଓକିଲ ସଂଘ ସଭାପତି ଲବିନ୍ଦ୍ର ବେହେରା, ପଦ୍ମପୁର ସଂଘ ପକ୍ଷରୁ କିଶୋର ମୋହନ, ବରପାଲି ସଂଘ ସଭାପତି ସମେତ ସହ ଆବାହକ ସୁରେଶ୍ୱର ମିଶ୍ର, ରଘୁମଣି ପଟେଲ, ସତ୍ୟନାରାୟଣ ପଣ୍ଡା, ପ୍ରମୋଦ ଦାସ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ନିଜ ନିଜ ମତାମତ ରଖିଥିଲେ । ସର୍ବଶେଷରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ସ୍ଥାନୀୟ ଓକିଲ ସଂଘ ଆନ୍ଦୋଳନକୁ କିପରି ଭାବେ ଆଗେଇ ନେବେ ସେ ସଂପର୍କରେ ସେମାନେ ସ୍ଥିର କରିବେ ବୋଲି ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ହୋଇଥିଲା । ସଭାଶେଷରେ ଜିଲା ଓକିଲ ସଂଘର ସଂପାଦକ ଅଶୋକ ସ୍ୱାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁତି ପଟ୍ଟନାୟକ, ପ୍ରଦୀପ ବହିଦାର, ପଦ୍ମନାଭ ମାଳି, ତାପସ ରାଏ, ରାଜଗାଙ୍ଗପୁର ବାର ପକ୍ଷରୁ ସଂଘ ସଂପାଦକ ମନୋଜ ସାହୁ, ଉପସଭାପତି ଅଶୋକ ପାଣି, ବିକ୍ରମ ପୃଷେଠ, ବିଜୟଲତା ସାହୁ, ଅର୍ଚ୍ଚନା ମୁଦୁଲି, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ଜିଲା ଓକିଲ ସଂଘର କିଶୋର କୁମାର ନାଏକ, ସୁବୋଧ ପାଣିଗ୍ରାହୀ, ଧର୍ମେଶ ଚନ୍ଦ୍ର ପଟେଲ, ସୁକାନ୍ତ ମହାପାତ୍ର, ବୁଧଦେବ ନାଏକ, ଉମାଶଙ୍କର ପଟେଲ, ସ୍ୱରାଜ ପଟେଲ, ନରେଶ ନାଏକ, ପ୍ରେମ କୁମାର, ମନୋଜ ମହାରଣା, ପ୍ରଣବ ହାତୀ, ସତ୍ୟଜିତ ନାଏକ, ପ୍ରତିମା ମିଶ୍ର, ଦୁଲାରୀ ନାଗ, ଯଜ୍ଞାସେନି ନାଏକ, ସୁପ୍ରଭା ପଟେଲ, ନମିତା କାନୁନଗୋ ସମେତ ଶତାଧିକ ଓକିଲ ଉପସ୍ଥିତ ଥିଲେ ।

Comments are closed.